ସୋର: ଦୀର୍ଘ ୫ ବର୍ଷରୁ ଅଧିକ ଦିନ ଧରି ବେଆଇନ ଭାବେ ଚାଲିଥିବା ବାଗୁଡି ପଥର ଖାଦାନରେ ଆଜି ବାଲେଶ୍ୱର ଜିଲ୍ଲାପାଳ ଅଚାନକ ଚଢ଼ାଉ କରିଛନ୍ତି। ପୁର୍ବରୁ ଅନେକ ଥର ଚଢ଼ାଉ କରାଯାଇ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲେ ମଧ୍ୟ ଅଦୃଶ୍ୟ ଚାପରେ ପୁଣି ଥରେ ମାଫିଆମାନେ ସକ୍ରିୟ ହୋଇ ପଥର ଲୁଟ କରୁଥିଲେ।ବାରମ୍ବାର ଅଭିଯୋଗ ଓ ଖବର ପ୍ରକାଶିତ ହେବା ପରେ ଆଜି ବାଲେଶ୍ୱର ଜିଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ଉପଜିଲ୍ଲାପାଳ ଶିବ ମାଲବ୍ୟ,ଖଣି ଅଧିକାରୀ ,ସୋର ତହସିଲ ଓ ସୋର ପୁଲିସକୁ ନେଇ ଅଚାନକ ଚଢ଼ାଉ କରିଛନ୍ତି। ଏହି ସମୟରେ ମାଫିଆମାନେ ଛାତ୍ରଭଙ୍ଗ ଦେଇଥିବା ବେଳେ ୪ଟି ପୋକ୍ଲିନ ମେସିନ ଜବତ କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ବିଭିନ୍ନ କ୍ବାରିମାନଙ୍କରେ ଜିଲ୍ଲାପାଳ ଚଢ଼ାଉ ଜାରି ରଖିଥିବା ଜଣାପଡିଛି।
