କଳାହାଣ୍ଡି,୨୮/୧୧(ସ୍ବାସ୍ତିଦୀପ ଆଦିତ୍ୟ) : ଭାରତୀୟ ସମ୍ବିଧାନର ମହତ୍ତ୍ୱ, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ବାବା ସାହେବ ଡ. ବି.ଆର୍. ଆମ୍ବେଦକରଙ୍କ ଆଦର୍ଶକୁ ମନେ ପକାଇ ଜୁନାଗଡ଼ ସହରରେ ଜିଲ୍ଲାସ୍ତରୀୟ ୭୭ତମ ସମ୍ବିଧାନ ଦିବସ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଜିଲ୍ଲା ସ୍ତରୀୟ ସମ୍ବିଧାନଦିବସ ପାଳନ କମିଟି , ଜୁନାଗଡ଼, କଳାହାଣ୍ଡି ପକ୍ଷରୁ ଆୟୋଜିତ ଏହି ମହାସମାବେଶରେ ଜିଲ୍ଲାର କୋଣ ଅନୁକୋଣରୁ ଶହ ଶହ ଆମ୍ବେଦକର ପ୍ରେମୀ,ସମ୍ବିଧାନ ପ୍ରେମୀ,ଆମ୍ବେଦକରବାଦୀ , ସାମାଜିକ କର୍ମୀ, ମହିଳା,ବୁଦ୍ଧିଜୀବୀ ଓ ପ୍ରାୟ କୋଟିଏ ଗୋଟି ସାମଜିକ ସଂଗଠନର କର୍ମକର୍ତ୍ତା ଯୋଗଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜୁନାଗଡ଼ ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ପରେ ସ୍ଥାନୀୟ ନୂତନ ବସଷ୍ଟାଣ୍ଡସ୍ଥିତ ବାବା ସାହେବ ଡ. ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଅତିଥି ଓ ଉପସ୍ଥିତ ଆମ୍ବେଦକର ଓ ସମ୍ବିଧାନ ପ୍ରେମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଏହାପରେ ଏକ ବିଶାଳ ଓ ଭବ୍ୟ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଶତାଧିକ ଲୋକଙ୍କ ଉପସ୍ଥିତିରେ ଏହି ଶୋଭାଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।ସମ୍ବିଧାନ ଦିବସ ପାଳନ କମିଟି ର ଆବାହାକ ଧୀମାନ୍ ଯତୀନ୍ଦ୍ର କର ସଭାପତିତ୍ୱ କରିଥିବାବେଳେ ଧୀମାନ୍ ନୀଳକଣ୍ଠ ନାଏକ ମଞ୍ଚ ପରିଚାଳନା କରିଥିଲେ।ଏହି ଅବସରରେ ଆୟୋଜିତ ସଭାରେ ଆଦିବାସୀ ସଂଘ କଳାହାଣ୍ଡିର ସଭାପତି ପ୍ରକାଶ ମାଝୀ, ଆଦିସ୍କନ୍ଦ କନ୍ଧ ସମାଜର ଜିଲ୍ଲା ସଭାପତି ରାଜେନ୍ଦ୍ର ଭୋଇ, ପଣ୍ଡରାମାଳି ସମାଜର କୁଳପତି ପ୍ରକାଶ ଚନ୍ଦ୍ର ନାଏକ, ଏଓଏସସିଏଫ୍ କଳାହାଣ୍ଡିର ସଭାପତି ଦିଗାମ୍ବର ଲୁହା, କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବୀ ଦିଗାମ୍ବର ଦୁରିଆ, ଆଇନ ପରାମର୍ଶଦାତା ଛବିଲାଲ ନିଆଲ, ଏଓଏସସିଏଫ୍ ଧର୍ମଗଡ଼ ସଭାପତି ବିରଞ୍ଚି ନାରାୟଣ ଜାଲ, ବିଶିଷ୍ଟ ଶିକ୍ଷାବିତ୍ ତଥା ବିଏସ୍ପି ଲୋକସଭା ସଂଯୋଜକ ଯୁଗେଶ୍ୱର ସାଗର, ଅବସରପ୍ରାପ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ, ଧର୍ମଗଡ଼ ସରପଞ୍ଚ ସଂଘର ସଭାପତି ହାତିରାମ ଦୁର୍ଗା, ଓବିସି ମଞ୍ଚର ସଂଯୋଜକ ଡାକେଶ୍ୱର ଲହଜଲ, ଓ ଵି ସି ର ଯତୀନ୍ଦ୍ର ସାହୁ,, ଆଇନଜୀବୀ ଚିତ୍ତରଞ୍ଜନ ନିଆଲ, ଜୟପ୍ରକାଶ ଜାଲ, ଆଇନଜୀବୀ ବିଶ୍ୱନାଥ କର, ଜୁନାଗଡ଼ ଏନ୍ଏସି କାଉନସିଲର ହିମାଦ୍ରୀ ସିନ୍ଦୂର, ସିପିଆଇ ନେତା ଦାମୋଦର ବେହେରା, ଭୀମ ଆର୍ମିର ରଜନୀକାନ୍ତ ସମର୍ଲିଆ, ଅଭିରାମ ନନ୍ଦ, ରମଣୀ ଦୁରିଆ ଓ ବରିଷ୍ଠ ଉପସଭାପତି ଧବଳେଶ୍ୱର ନାଗ, ଆଦିତ୍ୟ ହଂସ ଯାଦଵ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।ସେହିପରି ଲଳିତ ବାଗ, ଦେବରାଜ ସୁନାନୀ, ଗୁଣନିଧି ଛତ୍ରିଆ, ଚକ୍ରଧର ବାଗ,ଯୁଝେଷ୍ଠି ଭଗତ, ସମ୍ପତି ବେହେରା, ଉପସଭାପତି ବରୁଣ ନାଏକ, ଓବିସୀ ର ରତନ ନାଏକ,ଢଗ ମାଳିଆ ନାଏକ,ସୁନୀଲ ବିଶି, ପୁରୁନ୍ଧର କରୁଆଁ, ଅଭିରାମ ସାଗର, ଜଗଦୀଶ ମହାନନ୍ଦ, ସୁନ୍ଦର ମୋହନ ଛତ୍ରିଆ ,ସଚିନ ସୁନାନୀ, ରଶ୍ମିରଞ୍ଜନ ସୁନାନୀ, ମହାଦେବ ନାଏକ, ପ୍ରକାଶ ସାଗର, ଶ୍ରୀକାନ୍ତ ଛତ୍ରିଆ, କୌଶିକ ଦୁରିଆ,ପ୍ରେମଲାଲ ନାଏକ, ତ୍ରିଲୋକ୍ୟ ହରପାଲ, ରଞ୍ଜନ ଜାଲ, ନେପାଳ ବାଗ, ବରୁଣ ମହାନନ୍ଦ, ଅଭିଜିତ କର, ପ୍ରମୋଦ ବାଗ, ବାବୁଲି ବିଶି, ଭବାନୀ ବିଶି ରାଜାରାମ ଡ଼ଙ୍ଗରି, ଡୋଲେଶ୍ୱର ଖମାରୀଓ ଶରତ ଚନ୍ଦ୍ର ସୁନାନୀଙ୍କ ସମେତ ବହୁ ସଂଖ୍ୟାରେ ସାମାଜିକ କର୍ମୀ ଓ ଆମ୍ବେଦକର ପ୍ରେମୀ ଯୋଗଦେଇଥିଲେ।ସଭାରେ ଭାରତୀୟ ସମ୍ବିଧାନର ମହତ୍ତ୍ୱ, ମୂଳମନ୍ତ୍ର, ନାଗରିକଙ୍କ ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।ଏହି ଅବସରରେ ଯୁବ ପ୍ରତିଭା ତଥା ସମାଜସେବୀ ଆଇନଜୀବୀ ଧୀମାନ୍ ଚିତ୍ତରଞ୍ଜନ ନିଆଲ, ସୁନୀଲ ବିଶି,ରଘୁନାଥ ତାଣ୍ଡି ଓ ଯୁବ ସାମ୍ବାଦିକ ଧୀରେନ୍ଦ୍ର ସୁନାନୀଙ୍କୁ ମଧ୍ୟ ଉପଢୌକନ ଓ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବିଧାନର ମୁଖବନ୍ଧ ରେ ନ୍ୟାୟ, ସ୍ୱତନ୍ତ୍ରତା , ସମାନତା,ଭାତୃତ୍ବତା ଓ ଗରିମା ଆଦର୍ଶକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ଏବଂ ଆମ୍ବେଦକରଙ୍କ ଲିଖିତ ସମ୍ବିଧାନିକ ଅଧିକାର ଗୁଡିକ ଜାଣିବା ଓ ଜିଲ୍ଲା ର ସମସ୍ତ ପ୍ରାନ୍ତ ସ୍ତରରେ ପହଂଚିବ ବକ୍ତା ମାନେ ଆହ୍ୱାନ କରିଥିଲେ । ପରିଶେଷରେ ପ୍ରକୃତିବନ୍ଧୁ ତଥା ସମ୍ବିଧାନ ଦିବସ ପାଳନ କମିଟି ର ଆବାହାକ ଯତୀନ୍ଦ୍ର କର ସମସ୍ତ ଅତିଥି ଓ ଉପସ୍ଥିତ ସମ୍ବିଧାନ ଦିବସ ରେ ସହଯୋଗୀ ଓ ଜନସାଧାରଣ ଙ୍କୁ ଧନ୍ୟବାଦ ଦେଇଥିଲେ l
