ଭଦ୍ରକ ୧୬ ନଂ ଜାତୀୟ ରାଜପଥରେ ବେଆଇନ ଗୋ ଚାଲାଣ କଣ୍ଟେନରକୁ ଗୋଡ଼ାଇ ଗୋଡ଼ାଇ ଧରିଲେ ଗୋ-ରକ୍ଷକ। ଏହି ବେଆଇନ ଗୋ ଚାଲାଣ କଣ୍ଟେନର କେନ୍ଦ୍ରାପଡ଼ାରୁ କଟକ ଦେଇ ଭଦ୍ରକ ଆସୁଥିଲା। ୧୬ ନଂ ଜାତୀୟ ରାଜପଥର ଏସ୍କଟ ହୋଇ ଆସୁଥିବା ଏହି ବେଆଇନ ଗୋ-ଚାଲାଣ କଣ୍ଟେନରକୁ ନଳାଙ୍ଗ ଛକ ପାଖରୁ ଗୋଡ଼ାଇଥିଲେ ଗୋ-ରକ୍ଷକ। ତେବେ ଭଦ୍ରକ ନୂଆ ବସ ଷ୍ଟାଣ୍ଡ ନିକଟରେ କଣ୍ଟେନର ଗାଡ଼ି ଛାଡ଼ି ଦେଇ ଏସ୍କଟ ଗାଡ଼ିରେ ଫେରାର ହୋଇଗଲା ଗୋ-ମାଫିଆ। ଏହି କଣ୍ଟେନର ଗାଡ଼ିରେ ପାଖାପାଖି ଶହେ ଗୋମାତା ଥିବା ଜଣାଯାଇଛି।ଘଟଣା ସ୍ଥଳରେ ଟାଉନ ପୁଲିସ ପହଞ୍ଚି ବେଆଇନ ଗୋ-ଚାଲାଣ ହେଉଥିବା କଣ୍ଟେନରକୁ ଜବତ କରି, ଅଧିକ ତଦନ୍ତ ଆରମ୍ଭ କରିଛି ଟାଉନ ପୁଲିସ। କିଛି ମାସ ବ୍ୟବଧାନ ପରେ ପୁଣି ବେଧଡକ ଭାବେ ଖୁଲମଖୁଲା ଚାଲିଛି ବେଆଇନ ଗୋ ଚାଲାଣ। କିଛି ଗୋ ରକ୍ଷକ ସେମାନଙ୍କ ଜୀବନକୁ ବାଜି ଲଗାଇ ଗୋମାତାଙ୍କୁ ଉଦ୍ଧାର କରୁଛନ୍ତି। ଏପରିକି ବାହାର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଏହି ବେଆଇନ ଗୋ ଚାଲାଣ କରାଯାଉଛି. ହେଲେ ପୁଲିସ ପ୍ରଶାସନ ଗୋ ମାଫିଆଙ୍କ ବିରୁଦ୍ଧରେ ସେହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ପୁଣି ଗୋ ମାଫିଆମାନେ ସକ୍ରିୟ ହୋଇଛନ୍ତି। ତେଣୁ ପୁଲିସ ପ୍ରଶାସନ ଏହି ଗୋ ମାଫିଆମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ହୋଇଛି। ଏହାଛଡ଼ା ଗୋମାଫିଆଙ୍କ ଘରେ ପୁଣି ଚଢ଼ର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।
