ଗୋପ: ଗୋପରେ ବନ ବିଭାଗର ବଡ଼ ଧରଣର ଚଢ଼ାଉ। ପକ୍ଷୀ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ। ଜବତ ହେଲା ଶିକାରରେ ବ୍ୟବହୃତ ଛୁରୀ, ବାଇକ ଆଉ ତିନି ମୃତ ପକ୍ଷୀ। ଅଭିଯୁକ୍ତ ହେଲେ ବାଲିପାଟଣା ଥାନା ଅଞ୍ଚଳର ରସିଦ ଖାଁ ଓ ନିମାପଡ଼ା ଥାନା ଅଞ୍ଚଳ ରଡ଼ ବଜାରର ଅରକମ ଖାଁ। ସେମାନଙ୍କ ନିକଟରୁ ବିପୁଳ ପରିମାଣର କାଚ ବାଟି, ବାଟୁଳା, ଗୋଟେ ବାଇକ ତିନିଟା ମୃତ ଗେଣ୍ଡାଳିଆ ପକ୍ଷୀ ଜବତ ହୋଇଛି।ଏବେ ଶୀତରୁତ ଚାଲିଥିବାରୁ କୁଶଭଦ୍ରା ନଦୀକୂଳ ଏବଂ ବିଲ ଅଞ୍ଚଳରେ ଶୀତ ଆରମ୍ଭରୁ ବିଦେଶାଗତ ପକ୍ଷୀ ଆସିବା ପରେ ଶିକାରୀମାନେ ସକ୍ରିୟ ହୋଇ ଉଠିଥିଲେ। ଗତ ରାତିରେ ନିମାପଡ଼ା ଥାନା ଅଞ୍ଚଳର ଡିହସାହି ଗ୍ରାମ ନିକଟରେ ଥିବା ଗହୀରରେ ଶିକାରୀ ଦ୍ବୟ ପକ୍ଷୀ ଶିକାର କରୁଥିବା ଜାଣି ଗ୍ରାମବାସୀମାନେ ଏକତ୍ର ଉଭୟଙ୍କୁ ମାଡ଼ି ବସିଥିଲେ ଓ ନିମାପଡା ଥାନାକୁ ଖବର ଦେଇଥିଲେ। ନିମାପଡା ଥାନା କର୍ମଚାରୀ ଉଭୟ ଅଭିଯୁକ୍ତଙ୍କୁ ଗୋପ ବନ ବିଭାଗକୁ ହସ୍ତାନ୍ତର କରିଛି। ଏମାନେ ଜାଲ ବିଛାଇ, ବାଟୁଳା ମାରି, ଆଲୁଅ ପକାଇ ପକ୍ଷୀ ଧରୁଥିଲେ।
