ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ


ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏନେଇ ଟ୍ୱିଟ୍ କରି ଆଶଙ୍କା ପ୍ରକାଶ କରିଛନ୍ତି ଆପ୍ ନେତା ଓ ମନ୍ତ୍ରୀ। ମନ୍ତ୍ରୀ ଅତିଶୀ ଓ ଆପ୍ ନେତା ସୌରଭ ଭରଦ୍ୱାଜ ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ଆଜି ସକାଳେ କେଜ୍ରିୱାଲଙ୍କ ଘରକୁ ଯାଇପାରେ ଇଡି। ଏହା ସହ ତାଙ୍କୁ ଗିରଫ କରିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଦିଲ୍ଲୀ ମତ ନୀତି ସ୍କାମ ମାମଲାରେ ତାଙ୍କୁ ତିନି ଥର ସମନ କରାଯାଇଛି। ଏହା ପରେ ବି ହାଜର ହୋଇନାହାନ୍ତି କେଜ୍ରିୱାଲ।


error: Content is protected !!