କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବ ପଦର ପଞ୍ଚାୟତ ଅଞ୍ଚଳରେ ଏବେ ବାଘ ଆତଙ୍କ ଖେଳିଯାଇଛି। ମୁଖ୍ୟ ରାସ୍ତା ଓ ବଜାର ନିକଟରେ ବାଘ ବୁଲୁଥିବା ଦେଖିବାକୁ ମିଳିବା ପରେ ସ୍ଥାନୀୟ ଲୋକେ ଏବଂ ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଛି।
ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ କାଶିପୁର-ଗୁଣୁପୁର ମୁଖ୍ୟ ରାସ୍ତା ପାର୍ଶ୍ୱସ୍ଥ ତଳଆମ୍ବ ପଦର ମୁଖ୍ୟ ରାସ୍ତା ଛକ ଏବଂ ସାପ୍ତାହିକ ବଜାର ନିକଟସ୍ଥ ବୁଲାଣିରେ ଏକ ମହାବଳ ବାଘ ବୁଲୁଥିବା ସ୍ଥାନୀୟ ଲୋକେ ପ୍ରତ୍ୟକ୍ଷ କରିଛନ୍ତି। ଜନଗହଳିପୂର୍ଣ୍ଣ ସାପ୍ତାହିକ ବଜାର ନିକଟରେ
ବାଘର ଗତିବିଧି ଦେଖି ପଥିକ ଓ ବ୍ୟବସାୟୀମାନେ ଭୟଭୀତ ହୋଇପଡ଼ିଛନ୍ତି।
ବାଘ ଭୟରେ ସା ପରେ ଏହି ମୁଖ୍ୟ ରାସ୍ତାରେ ଯାତାୟାତ କରିବା ପାଇଁ ଲୋକେ ସାହସ ଜୁଟାଇ ପାରୁନାହାନ୍ତି। ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଥିଲେ ହେଁ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।
ବାଘର ଉପସ୍ଥିତି ଯୋଗୁ ଅଞ୍ଚଳରେ ଏକ ଅଘୋଷିତ କର୍ଫ୍ୟୁ ଭଳି ସ୍ଥିତି ସୃଷ୍ଟି ହୋଇଛି। ତୁରନ୍ତ ବାଘର ଗତିବିଧି ଉପରେ ନଜର ରଖିବା ସହ ଜନସାଧାରଣଙ୍କ ସୁରକ୍ଷା ପାଇଁ ବନ ବିଭାଗ ପାଟ୍ରୋଲିଂ ବ୍ୟବସ୍ଥା କରୁ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ସନ୍ଧ୍ୟା ସମୟରେ ଏକୁଟିଆ ବାହାରକୁ ନ ବାହାରିବା ଏବଂ ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଉଛି।

More Stories
ଓସ୍କାର ଦୌଡ଼ରେ ଚଳଚ୍ଚିତ୍ର ‘ଅଙ୍ଘ’: ବିଶ୍ୱ ଦରବାରରେ ଭାରତ ପାଇଁ ଗର୍ବ
ସ୍ଥଳଭାଗ ଅତିକ୍ରମ କଲା ଗଭୀର ଅବପାତ: ତୁହାକୁ ତୁହା ବର୍ଷା, ୪ ଜିଲାରେ ରେଡ ଓ୍ବାର୍ନିଂ ଜାରି
ଚଳନ୍ତା ବସ୍ରେ ହଠାତ୍ ଲାଗିଲା ନିଆଁ: ୯ ଜଣ ଜୀବନ୍ତ ଜଳିଗଲେ, ୪୦ରୁ ୫୦ ଥିଲେ ଯାତ୍ରୀ