March 24, 2026

Now Odisha

Now Odisha

ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

Spread the love

ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨ ବର୍ଷର ପିଲାକୁ ଠିକଣା ପଚାରିବା ଆଳରେ ଅପହରଣ କରିବାକୁ ଜଣେ ଅଜଣା ବ୍ୟକ୍ତି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପିଲାଟି ଜଣକ ରାୟଗଡା ସହରର ସାଇପ୍ରିୟା ନଗର ଅଞ୍ଚଳରେ ରହୁଥିବା ଗ୍ୟାରେଜ ମାଲିକ ଚନ୍ଦନ ବିଶ୍ୱକର୍ମାଙ୍କ ପୁଅ ଆୟୁଷ ବିଶ୍ୱକର୍ମା ବୋଲି ଜଣାପଡିଛି ।ସୂଚନା ଅନୁସାରେ, ପିଲାଟି ଘରରୁ ବାହାରକୁ କିଛି ସମୟ ପାଇଁ ବୁଲିବାକୁ ଯାଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ସ୍କୁଟିରେ ଆସି ତାକୁ ରାସ୍ତାରେ ଅଟକାଇ ଠିକଣା ପଚାରିଥିଲେ। ପରେ ଠିକଣାରେ ପହଞ୍ଚାଇ ଦେବାକୁ କହି ସ୍କୁଟିରେ ବସିବାକୁ ବାଧ୍ୟ କରିଥିବା ବେଳେ ପିଲାଟି କିନ୍ତୁ ସାହସ ଦେଖାଇ ସେଠାରୁ ନିକଟସ୍ଥ ଏକ ପଡ଼ିଆ ପଟେ ଦୌଡ଼ି ପଳାଇଥିବା ବେଳେ ଉକ୍ତ ସ୍କୁଟି ଚାଳକ ଜଣକ ପ୍ରାୟ ଦୁଇଥର ଉକ୍ତ ସ୍ଥାନରେ ପଇଁତରା ମାରି ପିଲାଟିକୁ ନ ପାଇ ସେଠାରୁ ଚାଲି ଯାଇଥିଲା। ପରେ ଉକ୍ତ ରାସ୍ତାରେ ସ୍ଥାନୀୟ ଜଣେ ଚିହ୍ନା ବ୍ୟକ୍ତି ଆସୁଥିବା ଦେଖି ପିଲାଟି ତାଙ୍କ ପାଖକୁ ଦୌଡ଼ି ଯାଇ ଘଟଣା ବିଷୟରେ କହିଥିବା ବେଳେ ଚିହ୍ନା ବ୍ୟକ୍ତି ଜଣଙ୍କ ତୁରନ୍ତ ପିଲାଟିକୁ ତାଙ୍କ ନିଜ ଘରେ ଛାଡିଥିଲେ।ତେବେ ପିଲାଟି ଘରକୁ ଫେରିବାରେ ବିଳମ୍ବ ହୋଇଥିବାରୁ ତାଙ୍କ ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରୁଥିବା ବେଳେ ପୁଅ ଆୟୁଷକୁ ପାଇ ଏବଂ ଘଟଣା ସମ୍ପର୍କରେ ଜାଣିବା ପରେ ମା ସୋନି ବିଶ୍ୱକର୍ମା ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପୋଲିସ ଘଟଣାକୁ ଗୁରୁତ୍ୱର ସହିତ ନେଇ ତଦନ୍ତ ଆରମ୍ଭ କରିଛି ଏବଂ ଦୋଷୀକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି।

error: Content is protected !!