ବିଧାୟକଙ୍କ ଦ୍ଵାରା ମୁଣ୍ଡେଇଲୋ ଠାରୁ କୁଆଳୋ ଅଷ୍ଟଶମ୍ଭୁ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ


ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୫୩ ନମ୍ବର ଜାତୀୟ ରାଜପଥ ମୁଣ୍ଡେଇଲୋ ଠାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନା ଅନ୍ତର୍ଭୁକ୍ତ କୁଆଳୋ ଗ୍ରାମର ପୁରୁଣା ସାହି ନିକଟରେ ରହିଥିବା ଅଞ୍ଚଳର ସର୍ବପୁରାତନ ଅଷ୍ଟଶମ୍ଭୁ ମନ୍ଦିର ପର୍ଯ୍ୟନ୍ତ ନୂତନ ନିର୍ମିତ ହେବାକୁ ଥିବା ରାସ୍ତାକୁ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡଃ ନୃସିଂହ ଚରଣ ସାହୁଙ୍କ କରକମଳରେ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଯାଇଛି ।ଏହି ପରିପ୍ରେକ୍ଷୀରେ କୁଆଳୋ ମନ୍ଦିର ନିକଟରେ ଗ୍ରାମବାସୀ ଓ ମାନ୍ୟଗଣ୍ୟ ଅଞ୍ଚଳବାସୀଙ୍କ ସହଯୋଗରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।ଉକ୍ତ ସଭାରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ,ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ ଅକ୍ଷୟ କୁମାର ବେହେରା,ଜିଲ୍ଲା ପରିଷଦ ସଦସ୍ୟା ରୁନୁ ବର୍ମା , କୁଆଳୋ ପଞ୍ଚାୟତ ସମିତି ସଭ୍ୟା ସୁରମା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।ବର୍ତ୍ତମାନ ଏହି ରାସ୍ତାଟି ନୂତନ ଭାବେ ହେବା ଦ୍ବାରା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁ ଓ ଅଞ୍ଚଳବାସୀଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।୨୦୨୩/୨୪ ଆର୍ଥିକ ବର୍ଷରେ ରାସ୍ତା ପାଇଁ ୨କୋଟି ୨୦ ଲକ୍ଷ ୩୦ ହଜାର ମଞ୍ଜୁର କରାଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିବା ବେଳେ କୁଆଳୋ ଗ୍ରାମର ସଭାପତି ଭଞ୍ଜ କିଶୋର ସାହୁ , ମହେଶ୍ବର ପରିଡା ,ପ୍ରକାଶ ବିଶ୍ବାଳଙ୍କ ସମେତ ବିଜୁ ଜନତା ଦଳର କର୍ମୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।


error: Content is protected !!