ରଣବୀର ସିଂହ ଷ୍ଟାରର ଫିଲ୍ମ ‘ଧୁରନ୍ଧର ଦ ରିଭେଞ୍ଜ’ ବକ୍ସ ଅଫିସରେ ଧମାଲ୍ କରୁଛି । ଫିଲ୍ମ ହଲରେ ଶୋ ସବୁ ହାଉସଫୁଲ୍ ହେଉଛି । ଟିକେଟ ଓ୍ବିଣ୍ଡୋରେ ଲମ୍ବା ଲାଇନ୍ ଦେଖିବାକୁ ମିଳୁଛି । କିନ୍ତୁ ସଫଳତା ମଧ୍ୟରେ ଫିଲ୍ମ ସହ ଯୋଡ଼ି ହୋଇଥିବା ଜନୈକ ବ୍ୟକ୍ତି ଯିଏ ଏବେ ପର୍ଯ୍ୟନ୍ତ ‘ଧୁରନ୍ଧର ୨’ଦେଖିନାହାନ୍ତି ।
ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ କି ଏହି ବ୍ୟକ୍ତି ‘ଧୁରନ୍ଧର ୨’ରେ କାମ ବି କରିଛନ୍ତି । କିନ୍ତୁ ତାଙ୍କ ପାଖରେ ଫିଲ୍ମ ଦେଖିବାକୁ ଟଙ୍କା ନାହିଁ ।
ପ୍ରକାଶ ଯେ, ‘ଧୁରନ୍ଧର ୨’ ଶେଷରେ ଏକ ସିନ୍ ଅଛି ଯେଉଁଠାରେ ହମଜା ଉର୍ଫ ଜସକୀରତ ସିଂହ ରଙ୍ଗୀକୁ ଏକ ଅଟୋ ଡ୍ରାଇଭର ଘର ପର୍ଯ୍ୟନ୍ତ ଛାଡ଼ିବାକୁ ଯାଉଛି । ଫିଲ୍ମ ଦେଖିବା ପରେ ଏହି ଅଟୋ ଡ୍ରାଇଭର ବହୁ ଚର୍ଚ୍ଚାରେ ଆସିଯାଇଛନ୍ତି । ଏବେ ସୋସିଆଲ ମିଡ଼ିଆରେ ତାଙ୍କର ବହୁ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏଥିରୁ ଗୋଟିଏ ରେ କହିଛନ୍ତି କି ସେ ଏବେ ପର୍ଯ୍ୟନ୍ତ ଫିଲ୍ମ ଦେଖିନାହାନ୍ତି । କାରଣ ତାଙ୍କ ହିସାବରେ ଟିକେଟ ବହୁ ଦାମ୍ ରହିଛି । ପରେ ଶସ୍ତା ହେଲେ ଦେଖିବେ । ଅଟୋ ଡ୍ରାଇଭରଙ୍କ କଥା ଶୁଣି ସମସ୍ତେ ଏବେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ଏହି ଅଟୋ ଡ୍ରାଇଭରଙ୍କ ନାଁ ବଦରୁଲ ଇସଲାମ ଅଟେ । ଗଣମାଧ୍ୟମ ରିପୋର୍ଟ୍ସ ଅନୁସାରେ ଯେତେବେଳେ ଏକ ଭିଡ଼ିଓରେ ବଦରୁଲଙ୍କୁ ପଚରାଯାଇଥିଲା କି କ’ଣ ‘ଧୁରନ୍ଧର ୨’ ଦେଖି ସାରିଲେଣି ? ସେ ସଙ୍ଗେସଙ୍ଗେ ମନା କରିଥିଲେ । ଡ୍ରାଇଭର ଜଣଙ୍କ ଏହାର ଉତ୍ତର ସତ୍ୟତାର ସହ ଦେଇଛନ୍ତି । ସେ କହିଥିଲେ କି ମୁଁ ଏବେ ପର୍ଯ୍ୟନ୍ତ ଫିଲ୍ମ ଦେଖିନାହିଁ । କାରଣ ଏବେ ରିଲିଜ ହୋଇଛି ଏବଂ ଟିକେଟ ୫୦୦ଟଙ୍କା ଅଛି, ପରେ ଦେଖିନେବି । ପରେ ତାଙ୍କୁ ପଚରାଯାଇଥିଲା କି ତାଙ୍କ ପିଲାମାନେ କ’ଣ ଫିଲ୍ମ ଦେଖିବାକୁ ଜିଦି କରିନାହାନ୍ତି ? ସେତେବେଳେ ଡ୍ରାଇଭର ଜଣଙ୍କ ପିଲାମାନଙ୍କୁ ବୁଝାଇଥିଲେ କି ଆମେ ୫ ଲୋକ ଅଛନ୍ତି ଏବଂ ଟିକେଟର ମୂଲ୍ୟ ୫୦୦ ତ ୨୫୦୦ ଲାଗିବ । ଫଳରେ ପରେ ଏହା ଦେଖିବାକୁ କହିଛି ।

More Stories
ଯୁଦ୍ଧ ରୋକିବାକୁ ଆମେରିକାର ଶାନ୍ତି ପ୍ରସ୍ତାବକୁ ଇରାନର ପ୍ରତ୍ୟାଖ୍ୟାନ, ରଖିଲା ଏହି ୫ ସର୍ତ୍ତ…
ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, ମୃତକଙ୍କ ପତ୍ନୀକୁ ଚାକିରୀ ଓ ଅନ୍ୟାନ୍ୟ ଦାବିରେ ରାସ୍ତା ଅବରୋଧ, ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ
ଥମୁନି ଗ୍ୟାସ୍ ଯନ୍ତ୍ରଣା, ଲୋକେ ଛଟପଟ, ବୁକିଂ ପରେ ବି ମିଳୁନି ସିଲିଣ୍ଡର।