ଉଦାର ରାଜ୍ୟପାଳ : ଶ୍ରୀ ରଘୁବର ଦାସ


ନିଜ ଅଧିକାରୀଙ୍କ ଚା’ ପାନ ପାଇଁ ରାସ୍ତାରେ ଅଟକିଲା ମାନ୍ୟବର ରାଜ୍ୟପାଳଙ୍କ କାରକେଡ୍।ଆଜି ( 06 01 2024 ) ଓଡିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଦିନତମାମ ବ୍ୟସ୍ତବହୁଳ ଅନେକ କାର୍ଯ୍ୟକ୍ରମ ଥିଲା ସମଗ୍ର କେନ୍ଦ୍ରାପଡା ଜିଲ୍ଲାରେ।ସକାଳ ୧୧ ଟା ବେଳେ ତୁଳସୀ କ୍ଷେତ୍ରର କ୍ଷେତ୍ରାଧିପତି ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁଙ୍କୁ ମନ୍ଦିରରେ ଦର୍ଶନ କରି ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଜଜାଙ୍ଗ ଗାଁରୁ। ଗାଁର ଅଂଗନବାଡି କେନ୍ଦ୍ର, ସଂକଳ୍ପ ପ୍ରକଳ୍ପ, କଷଣଅଣ୍ଟା ପଂଚାୟତ ହାଇସ୍କୁଲ, ପଟ୍ଟାମୁଣ୍ଡାଇ State Institute of Plumber Technology ଏବଂ ପଟ୍ଟାମୁଣ୍ଡାଇ ଅଡିଟୋରିୟମ ପରିଦର୍ଶନ କରି ସାଧାରଣ ଲୋକ, ମହିଳା ସଂଗୋଷ୍ଠୀ, ଛାତ୍ର ଛାତ୍ରୀ ମାନଙ୍କ ସହିତ ଅନ୍ତରଂଗ ଭାବ ବିନିମୟ କରିଥିଲେ ରାଜ୍ୟପାଳ।କେନ୍ଦ୍ରାପଡା ସର୍କିଟ ହାଉସରେ ସଂପୂର୍ଣ୍ଣ ଶାକାହାରୀ ରାଜ୍ୟପାଳ ମଧ୍ୟାହ୍ନ ଭୋଜନ ପରେ ଗଂଗାପଡା ଗାଁ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁଇ ଜଣ ହିତାଧିକାରୀଙ୍କୁ ଭେଟି ସିଧା ଇନ୍ଦୁପୁର ଡାକ୍ତରଖାନା ଗସ୍ତ କରିଥିଲେ ଏବଂ ସେଠାରେ ଡାକ୍ତର ଓ ରୋଗୀମାନଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ।ସେଠାରୁ କେନ୍ଦ୍ରାପଡା ଫେରି ଜିଲ୍ଲା ସଂସ୍କୃତି ଭବନରେ ମହିଳା ସ୍ୱଂୟ ସହାୟକ ମହାସଂଘର ଅଢେଇଶହରୁ ଅଧିକ ସଭ୍ୟାମାନଙ୍କୁ ଭେଟି ଆଲୋଚନା କରିଥିଲେ।ଲେପ୍ରୋସି କଲୋନୀରେ ରୋଗୀମାନଙ୍କୁ ଭେଟି ଗୋଲରହାଟ ର ଉତ୍କଳ ଉତ୍ପାଦକ ଗୋଷ୍ଠୀର ମହିଳାମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ସୁନ୍ଦର ସୁନ୍ଦର ହସ୍ତଶିଳ୍ପ ସାମଗ୍ରୀ ସବୁ ଦେଖିଥିଲେ।ସମସ୍ତ ସ୍ଥାନରେ ରାଜ୍ୟପାଳଙ୍କୁ ଲୋକେ ହାର୍ଦ୍ଦିକ ସ୍ୱାଗତ କରିଥିଲେ।ରାଜ୍ୟପାଳଙ୍କ ଗସ୍ତ ସମୟରେ କେନ୍ଦ୍ରାପଡା ଜିଲ୍ଲାପାଳ ଅମୃତ ଋତୁରାଜ ଓ ଏସ ପି ଉପସ୍ଥିତ ଥିଲେ।ଡେରାବିଶ ବ୍ଲକର ଗୋଲରହାଟରୁ ରାଜ୍ୟପାଳଙ୍କ କାରକେଡ ସିଧା ୫୩ ନମ୍ବର ପାରାଦ୍ବୀପ-ଚଣ୍ଡୀଖୋଲ ଜାତୀୟ ରାଜପଥ ଦେଇ ଭୁବନେଶ୍ଵର ମୁହାଁ ହୋଇଥିଲା।ବାଟରେ ଓଳାଶୁଣୀ ଛକ ଚାରିନଂଗଳ ଛକଦେଇ ଚଣ୍ଡୀଖୋଲ ଯିବା ରାସ୍ତାରେ ବାଲିଚନ୍ଦ୍ରପୁର ଛକ ପୂର୍ବରୁ ହଠାତ୍ ଅଟକିଥିଲା ରାଜ୍ୟପାଳଙ୍କ ସହିତ ଥିବା ଗାଡି ସବୁ ସଂଧ୍ୟା ପ୍ରାୟ ସାତଟା ବେଳେ ବଗୁଢାବା ପାଖରେ ରାଜ୍ୟପାଳଙ୍କ ଗାଡି ସହିତ ସମସ୍ତ କାରକେଡ ଅଟକି ଥିଲା ରାଜ୍ୟପାଳ ଶ୍ରୀ ରଘୁବର ଦାସ ଗାଡି ଭିତରେ ବସିରହିଥିବା ବେଳେ ତାଙ୍କ ସହିତ ଥିବା ରାଜଭବନର ବରିଷ୍ଠ ପଦାଧିକାରୀମାନେ ଏବଂ ପୋଲିସ ବାହିନୀ ବଗୁ ଢାବାକୁ ଯାଇ ଚା’ପାନ କରିଥିଲେ।ରାଜ୍ୟପାଳ ନିଜେ ଚା’ ପାନ କରିନଥିଲେ ମଧ୍ୟ ନିଜ ଅଧିକାରୀଙ୍କ ପାଇଁ ତାଙ୍କର ସମଗ୍ର କାରକେଡ ଜାତୀୟ ରାଜପଥ କଡରେ ଅଟକି ରହିଥିଲା ଏବଂ ଚା’ ପାନ ପରେ ସମସ୍ତେ ଚଣ୍ଡୀଖୋଲ ଛକ ଦେଇ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିଥିଲେ।ରାଜ୍ୟପାଳଙ୍କ ଗସ୍ତ କାର୍ଯ୍ୟକ୍ରମରେ ତାଙ୍କ ପର୍ସନାଲ ସେକ୍ରେଟାରୀ ହିମାଂଶୁ ନାରାୟଣ ପଟ୍ଟନାୟକ, ନାଭାଲ୍ ଏଡିସି Lt. Cdr. ହିମାଂଶୁ ସିଂହ, OSD ଅଂଜନ ସରକାର, ଚିଫ୍ ସିକ୍ୟୁରିଟି ଅଫିସର ମନୋଜ ମିଶ୍ର ଓ ପର୍ସନାଲ ଫିଜିସିଆନ ଡାକ୍ତର ବି କେ ମେହେର ଙ୍କ ସମେତ ରାଜଭବନର ବରିଷ୍ଠ ପଦାଧିକାରୀମାନେ ଥିଲେ।ଜେଡ୍ ପ୍ଲସ ସିକ୍ୟୁରିଟି ପ୍ରୋଟୋକଲ୍ ରେ ଥିବା ରାଜ୍ୟର ପ୍ରଥମ ନାଗରିକ ଓଡିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କର ନିଜ ଅଧସ୍ତନ ଅଧିକାରୀମାନଙ୍କ ପ୍ରତି ଏଭଳି ଉଦାର ଆନ୍ତରିକତା ଓ ସହୃଦୟତା ଆଲୋଚନାର ବିଷୟ ହୋଇଛି।🏵ଶୁଭେନ୍ଦୁ କୁମାର ଭୂୟାଁ,ଓଳାଶୁଣୀ-ପଲାଇ,06 01 2024


error: Content is protected !!