ପବିତ୍ର ରାମ ନବମୀ ଉପଲକ୍ଷେ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଫୁଲନଖରା ମନ୍ଦିର ଠାରୁ ଏକ ବିରାଟ ବାଇକ୍ ଶୋଭା ଯାତ୍ରା ବାହାରି ତ୍ରିନାଥବଜାର, କଣ୍ଟାପଡ଼ା, ଅଡଶପୁର, ଅପୂଜାବଜାର ଦେଇ ନିଆଳି ହାଇସ୍କୁଲ ପଡିଆ ଠାରେ ପହଞ୍ଚି ଥିଲେ ଏବଂ ସେଠାରେ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା । ଏହି ଶୋଭା ଯାତ୍ରାରେ କଟକ ଜିଲ୍ଲା ବିଜେପି ସଭାପତି ସୁକାନ୍ତ କୁମାର ବିଶ୍ବାଳ,ସଂପାଦକ ତ୍ରିଲୋଚନ ବେହେରା, ଧରଣୀଧର ଶତପଥୀ, ଆଲୋକ ନାୟକ ପ୍ରମୁଖଙ୍କ ନେତ୍ରୁତ୍ୟୋରେ ଏକ ବିଶାଳ ମଟର ସାଇକଲ ସୋଭାଯାତ୍ରାରେ ବାହାରି ନିଆଳି ମଝିଖଣ୍ଡ ଠାରେ ପହଞ୍ଚିବା ପରେ ହିନ୍ଦୁ ମୁସଲମାନ ଭାଇଚାରରେ ମୁସଲମାନ ଭାଇଙ୍କ ପକ୍ଷରୁ ବିଶ୍ୱହିନ୍ଦୁ ପରିଷଦ ଶୋଭା ଯାତ୍ରାକାରିଙ୍କୁ ଥଣ୍ଡା ପାନୀୟ ବଣ୍ଟନ ସହ ସ୍ଵାଗତ କରାଯାଇଥିଲା । କଟକ ସହର ଏବଂ ଜିଲ୍ଲାରେ ଥିବା ବହୁ ମଠ,ମନ୍ଦିର ସମେତ ରାମ ଓ ହନୁମାନ ମନ୍ଦିରମାନଙ୍କରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଲାଗି ୧୦୮ ହନୁମାନ ଚାଳିଶା, ନାମ ସଙ୍କୀର୍ତ୍ତନ, ଯଜ୍ଞ, ଶ୍ରୀରାମ ସହସ୍ରନାମ, ପୂଜାପାଠ ଆଦି ବିଭିନ୍ନ କାର୍ଯ୍ୟ କ୍ରମ କରାଯାଇଥିଲା । ବହୁ ମନ୍ଦିରମାନଙ୍କରେ ସକାଳ ଠାରୁ ରାତ୍ର ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କର ରାମ ଓ ହନୁମାନଙ୍କ ଦର୍ଶନ ଲାଗି ପ୍ରବଳ ଭିଡ ଲାଗିରହିଥିଲା ,।

More Stories
ଲାଖବହାଲି ଠାରେ ମାଁ ଠାକୁରାଣୀଙ୍କ ଝାମୁଯାତ୍ରା ସମ୍ପନ୍ନ |
ଜୟ ଶ୍ରୀରାମ ଧ୍ୱନିରେ ପ୍ରକମ୍ପିତ ଖୋର୍ଦ୍ଧା, ବିଶ୍ଵହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ଭବ୍ୟ ଶୋଭାଯାତ୍ରା ||
ପାରିକୁଦମହୋତ୍ସବ : ମlହାରି ନୃତ୍ୟ ମନ ମହିଲା।