ଖୋର୍ଦ୍ଧା-ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ଐତିହାସିକ ଖୋର୍ଦ୍ଧା ସହରରେ ହିନ୍ଦୁ ଏକତାର ଲକ୍ଷ ନେଇ ଶ୍ରୀରାମ ନବମୀ ସମନ୍ଵୟ ସମିତି ଆନୁକୁଲ୍ୟରେ ତଥା ହିନ୍ଦୁ ଜାଗରଣ ମଞ୍ଚର ଆବାହନ ରେ ୫ମ ଥର ପାଇଁ ବିଶାଳ ଶୋଭାଯାତ୍ରା ଅୟୋଜନ କରାଯାଇଛି। ଏହି ବିଶାଳ ଶୋଭାଯାତ୍ରାର ଭକ୍ତିମୟ ପରିବେଶରେ ପ୍ରାୟ ୫ହଜାର ରୁ ଉର୍ଦ୍ଧ୍ବ ରାମ ଭକ୍ତ ମାନେ ଯୋଗଦାନ କରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଗାଥା,ଗାରିମା ଓ ଲକ୍ଷକୁ ସାକାର କରିବା ପାଇଁ ସଂକଳ୍ପ ବଦ୍ଧ ହୋଇଥିଲେ।
ଶ୍ରୀରାମ ନବମୀ ସମନ୍ଵୟ ସମିତି ର ସଭାପତି ତଥା ଆର.ଏସ.ଏସ ର ପୂର୍ବ ପ୍ରାନ୍ତ ସହ ସେବା ପ୍ରମୁଖ ଶ୍ରୀଯୁକ୍ତ ବେଲେଶ୍ୱର ସାହୁଙ୍କ ମାର୍ଗଦର୍ଶନ ଏବଂ ସମିତି ର ସଂଯୋଜକ ତଥା ହିନ୍ଦୁ ଜାଗରଣ ମଞ୍ଚ ର ସଂଯୋଜକ ତୁଷାରକାନ୍ତ ବେହେରା ଙ୍କ ସଂଯୋଜନା ରେ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳା ର ସହ ସମ୍ପନ୍ନ ହୋଇଅଛି।


More Stories
ଲାଖବହାଲି ଠାରେ ମାଁ ଠାକୁରାଣୀଙ୍କ ଝାମୁଯାତ୍ରା ସମ୍ପନ୍ନ |
ପବିତ୍ର ରାମ ନବମୀ ଅବସରରେ ବିଶାଳ ଶୋଭା ଯାତ୍ରା |
ପାରିକୁଦମହୋତ୍ସବ : ମlହାରି ନୃତ୍ୟ ମନ ମହିଲା।