March 30, 2026

Now Odisha

Now Odisha

ପର୍ଯ୍ୟଟକ ମାନଙ୍କୁ ଅଧିକ ଆକୃଷ୍ଟ କରିବା ପାଇଁ ଅତ୍ୟାଧୁନିକ ପ୍ରଣାଳୀରେ ବଦଳିବାକୁ ଯାଉଛି ନେହେରୁ ବଙ୍ଗଳା ର ରୂପ ରେଖ |

Spread the love

ବଦଳିବ ପାରାଦୀପ ନେହେରୁ ବଙ୍ଗଳା ର ରୂପରେଖ,ୱାଟର ସ୍ପୋର୍ଟିଂ ସହିତ ବୋଟିଙ୍ଗର ମଜା ନେଵା ସହିତ ଅତ୍ୟାଧୁନିକ ସୁବିଧା ସୁଯୋଗ ନେଇପାରିବେ ପର୍ଯ୍ୟଟକ ମାନେ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ | ପର୍ଯ୍ୟଟକ ଙ୍କୁ ଆକୃଷ୍ଟ କରିବ ମହାନଦୀ ବଙ୍ଗୋପସାଗର ର ମିଳନସ୍ଥଳୀ l ପାରାଦ୍ଵୀପର ଐତିହାସିକ ପର୍ଯ୍ୟଟନ ସ୍ଥଳୀ ନେହେରୁବଙ୍ଗଳା ର ହେବ ବିକାଶ l ପର୍ଯ୍ୟଟକ ମାନଙ୍କ ସୁବିଧା, ସୁଯୋଗ କୁ ଦିଆଯିବ ଗୁରୁତ୍ୱ l ଏ ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଵା ବେଳେ ଆଜି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନେହେରୁ ବଙ୍ଗଳା ପରିଦର୍ଶନ କରିବା ସହିତ ଏହାର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ ନିମନ୍ତେ ଡିଏଫ୍ଓ, ଜିଲ୍ଲା ପ୍ରାଶାସନିକ ଅଧିକାରୀ ଏବଂ ପାରାଦ୍ଵୀପ ବନ୍ଦର କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ସହିତ ମହାନଦୀ ଓ ବଙ୍ଗୋପସାଗର ର ମିଳନସ୍ଥଳୀ ନିକଟ ମନ୍ନତ ଉଦ୍ୟାନ ପରିଦର୍ଶନ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ପାରାଦୀପ ବନ୍ଦର ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି କିଭଳି ଏହି ପର୍ଯ୍ୟଟନ ସ୍ଥଳୀ ଭିତ୍ତିଭୂମି ର ବିକାଶ ହେବ ଏ ନେଇ ବିସ୍ତୃତ ଆଲୋଚନା କରିଛନ୍ତି l ନେହେରୁ ବଙ୍ଗଳା ଠାରେ ପାରାଦୀପ ବନ୍ଦର ନିର୍ମାଣ ର ଶିଳାନ୍ୟାସ ହୋଇଥିଲା ବେଳେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଜବାହରଲାଲ ନେହେରୁ ଓ ଓଡିଶାର ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ଙ୍କ ଉଦ୍ୟମ ରେ ନେହେରୁ ବଙ୍ଗଳା ଠାରେ ପାରାଦୀପ ବନ୍ଦର ର ଶୁଭ ଦିଆଯାଇଥିଲା l ଯାହାକୁ ନେଇ ନେହେରୁବଙ୍ଗଳା ଠାରେ ରହିଥିବା ପାରାଦୀପ ବନ୍ଦର ର ଅତିଥି ଭବନ କୁ ଜବାହର ଗେଷ୍ଟ ହାଉସ ଭାବରେ ନାମିତ କରାଯାଇଛି l ଏହା ସହିତ ନେହେରୁବଙ୍ଗଳା ରେ ରହିଥିବା ୭ ମହଲା କୋଠା ସେ ସମୟର ଇତିହାସ କୁ ମନେ ପକାଉଛି l
ଏହି ଐତିହାସିକ ଗୁରୁତ୍ୱକୁ ବଜାୟ ରଖି ନେହେରୁବଙ୍ଗଳା ପରିସରରେ ଶିଶୁ ଉଦ୍ୟାନ ନିର୍ମାଣ ସହିତ ଚତୁଃପାର୍ଶ୍ୱରେ ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ସହିତ ପର୍ଯ୍ୟଟକ ମାନଙ୍କୁ କିପରି ନେହେରୁବଙ୍ଗଳା ଆକୃଷ୍ଟ କରିପାରିବ ଏ ନେଇ ମଧ୍ୟ ସମସ୍ତ ବିଷୟରେ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଛନ୍ତି ଶିଳ୍ପମନ୍ତ୍ରୀ l ପାରାଦ୍ଵୀପ ବନ୍ଦରର ଗୌରବମୟ ଇତିହାସର ମୂକ ସାକ୍ଷୀ ନେହେରୁ ବଙ୍ଗଳା ପାଲଟି ଥିଲାବେଳେ, ନେହେରୁବଙ୍ଗଳା ର ପଥରବନ୍ଧ,ମହାନଦୀ ମୁହାଣ ବଙ୍ଗୋପସାଗର ମିଳନସ୍ଥଳ, ମାଛଧରା ବନ୍ଦର, ଜବାହର ଗେଷ୍ଟ ହାଉସ ପର୍ଯ୍ୟଟକ ମାନଙ୍କ କେନ୍ଦ୍ରବିନ୍ଦୁ ପାଲଟିଛି l ଏହାକୁ ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବରେ ବିକଶିତ କରିବା ଆମର ଲକ୍ଷ୍ୟ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ |

error: Content is protected !!