ଜଗତପୁର ଇମାମ ନଗର ସ୍ଥିତ ରାମ ମନ୍ଦିର ଠାରେ ରାବଣ ପୋଡ଼ି ମହା ଆଡମ୍ବରରେ ପାଳିତ ହୋଇଛି।ଶ୍ରୀରାମ ମନ୍ଦିର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଉଦଯାପିତ, ବିଶେଷ ଆକର୍ଷଣ ରାବଣ ପୋଡ଼ି ( ଫଟୋ)
ଅସତ୍ୟ ଉପରେ ସତ୍ୟର ବିଜୟ ଲାଗି ପବିତ୍ର ଶ୍ରୀରାମ ନବମୀ ଅବସରରେ ଜଗତପୁର ଇମାମନଗର ସ୍ଥିତ ଶ୍ରୀରାମ ମନ୍ଦିର ଦ୍ଵାଦଶ ବାର୍ଷିକ ଉତ୍ସବ ଆଜି ବିଳମ୍ବିତ ରାତ୍ରିରେ ଉଦଯାପିତ ହୋଇଯାଇଛି । ଅନୁଷ୍ଠିତ ବିଶ୍ଵଶାନ୍ତି ଯଜ୍ଞ ଗୁରୁବାର କଳସ ଯାତ୍ରା ଠାରୁ ଆରମ୍ଭ ହୋଇ ଆଜି ଶେଷ ଦିବସ ଶନିବାର ସନ୍ଧ୍ୟାରେ ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଏଥିସହ ଅନୁଷ୍ଠାନ ପକ୍ଷରୁ ସନ୍ଧ୍ୟାରେ ସୁନାମଧନ୍ୟ କଣ୍ଠଶିଳ୍ପୀ କୁମାର ଗୋବିନ୍ଦ,ରୋଜାଲିନି, ଓ ନିକି,(ସିଦ୍ଧାର୍ଥ ଟିଭି)ଙ୍କ ଦ୍ଵାରା ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା l ପରେ ପରେ
ଚୌଦ୍ଵାର- କଟକ ର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ
ଅତିଥି ଭାବେ ଅଗ୍ନି ସଂଯୋଗ ପରେ ରାବଣ ପୋଡି କାର୍ଯ୍ୟ ସମାପନ ହୋଇଥିଲା l ସମାଜ ସେବୀ ସୁଶାନ୍ତ ପାତ୍ର ଙ୍କ ସହିତ ଦୟାନିଧି ନାୟକ, ନିର୍ମଳ ଚନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରକୁ ଶ୍ରୀରାମ ମନ୍ଦିର କମିଟି କର୍ମକର୍ତ୍ତା, ସଦସ୍ୟ ମଣ୍ଡଳୀଙ୍କ ସହିତ ଇମାମନଗର ଗ୍ରାମବାସୀବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ l

More Stories
ପ୍ରୋଗ୍ରେସିଭ୍ କ୍ଲବ କ୍ରିକେଟ୍ ମାଇଦାନରେ ଭଙ୍ଗାରୁଜା, ଥାନାରେ ଏତଲା |
କର୍ଣ୍ଣାଟକର କାଙ୍କାନାଡ଼ି ସହରକୁ ଦାଦନ ଖଟିବାକୁ ଯାଇ ସୁନ୍ଦରଗଡ ଜର୍ମାଲର ଜଣେ ବ୍ୟକ୍ତି ମୃତ
ଧର୍ମଗଡ଼ ବୋଡ଼େନ ରାସ୍ତା ରେ ଏକ ଦୁଃଖ ଦାୟକ ଦୁର୍ଘଟଣା!!