କଟକରୁ ନିର୍ବାଚନ ଲଢ଼ିବେ ରେଳମନ୍ତ୍ରୀପାଖେଇଲାଣି ନିର୍ବାଚନ


ଆସିଲା ବଡ଼ ଖବର; କଟକରୁ ନିର୍ବାଚନ ଲଢ଼ିବେ ରେଳମନ୍ତ୍ରୀପାଖେଇଲାଣି ନିର୍ବାଚନ। ସଜବାଜ ହେଲେଣି ସମସ୍ତେ। ନେତାଏ ପାଗ ଭିଡ଼ିଲେଣି।ଖାସ୍‌ କରି କଟକ ଲୋକସଭା ନିର୍ବାଚନ ମଣ୍ଡଳୀକୁ ନେଇ ଯେଉଁ କଥା ଶୁଣିବାକୁ ମିଳୁଛି, ସେଥିରେ ବିଜେପି କର୍ମୀ ଓ ସଙ୍ଗଠନ ଉତ୍ସାହିତ।ଚର୍ଚ୍ଚା ହେଉଛି, କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଲଢ଼ିବେ ଅଶ୍ବିନୀ ବୈଷ୍ଣବ। ଏ ଚର୍ଚ୍ଚାର ଖିଅ ଅନ୍ୟ କେଉଁଠୁ ନୁହେଁ, ନିଜେ ଅଶ୍ବିନୀଙ୍କ କଥାରୁ ହିଁ ମିଳିଛି ।ଅଶ୍ବିନୀଙ୍କ ସଙ୍କେତ’ମୁଁ ପାର୍ଟିର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା। ପାର୍ଟି ଯେଉଁଠି ଯାହା କାମ ଦିଏ, ତାହା ମୁଁ କରେ।’ଧବଳେଶ୍ବରଙ୍କୁ ଦର୍ଶନ ପରେ ତାଙ୍କୁ ସାମ୍ବାଦିକମାନେ ପଚାରିଥିଲେ ମଞ୍ଜି ପ୍ରଶ୍ନଟି। ଆପଣ କଟକରୁ ଲୋକସଭା ନିର୍ବାଚନ ଲଢ଼ିବେ କି ? ସାମ୍ବାଦିକଙ୍କ ଏହି ପ୍ରଶ୍ନରେ ପ୍ରତିକ୍ରିୟା ରଖି ରେଳମନ୍ତ୍ରୀ କହିଛନ୍ତି, କଟକରୁ ଲଢ଼ିବା ନେଇ ଦଳ ଯାହା ନିଷ୍ପତ୍ତି ନେବ ତାହା ହିଁ ଚୂଡ଼ାନ୍ତ। ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା ହିସାବରେ ସେ ଦଳର ନିଷ୍ପତ୍ତି ମାନି କାମ କରିବେ। ଅଶ୍ବିନୀ ସ୍ପଷ୍ଟ ଭାବରେ କହିଛନ୍ତି, ‘ମୁଁ ପାର୍ଟିର ଜଣେ ଶୃଙ୍ଖଳିତ କାର୍ଯ୍ୟକର୍ତ୍ତା। ପାର୍ଟି ଯେଉଁଠି ଯାହା କାମ ଦିଏ, ତାହା ମୁଁ କରେ।’ଏହା କହି ସେ ପରୋକ୍ଷରେ ଏ ଚର୍ଚ୍ଚାକୁ ଖୋରାକ ଦେଇଛନ୍ତି। ଏବଂ ଲଢ଼ିବା ସମ୍ଭାବନାକୁ ଖଣ୍ଡନ ବି କରିନାହାନ୍ତି । ତେଣୁ ଏଥିରୁ ଅନୁମାନ କରାଯାଉଛି, ଆଗାମୀ ଦିନରେ ସେ କଟକରୁ ଲଢ଼ିବା ନେଇ ତାଙ୍କୁ ହାଇକମାଣ୍ଡଙ୍କ ପାଖରୁ ସଂକେତ ମିଳିଛି ।ଗତ ୨୦୧୯ ନିର୍ବାଚନରେ କଟକରୁ ଦଳ ପ୍ରଶାସକରୁ ରାଜନେତା ପାଲଟିଥିଲା ପୂର୍ବତନ ଡିଜି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଥିଲା । ସେହିଭଳି ନିକଟରେ ଦଳରେ ଯୋଗ ଦେଇଥିବା ବିଶିଷ୍ଟ ଚିକିତ୍ସକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ୟ କଟକରୁ ଲଢ଼ିବା ନେଇ ଚର୍ଚ୍ଚା ହୋଇଥିଲା । କିନ୍ତୁ ଏ ଦୁହିଁଙ୍କ ତୁଳନାରେ, ଅଶ୍ବିନୀଙ୍କ ପ୍ରାର୍ଥୀତ୍ବ ବେଶ୍‌ ମଜବୁତ। ଏବଂ ଏହା ଦଳ ପାଇଁ ମଧ୍ୟ ଲାଭଦାୟକ ହେବ ବୋଲି ଆକଳନ କରାଯାଉଛି । ବିଶେଷ କରି ବିଜେଡି ସହ ତାଙ୍କର ସଂପର୍କକୁ ଦେଖିଲେ ବିଜେପିର ଶୀର୍ଷ ନେତୃତ୍ବ ଏଥିଲାଗି ଅଧିକ ସକାରାତ୍ମକ ମନୋଭାବ ଦେଖାଇପାରନ୍ତି ।


error: Content is protected !!