ଘରୋଇ ସ୍କୁଲ ମାନଙ୍କର ଅନିୟମିତ ଏବଂ ମନମୁଖୀ କାର୍ଯ୍ୟକଳାପ ପ୍ରତିବାଦରେ ଝାରସୁଗୁଡା ନଗର କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲା ଶିକ୍ଷା ଅଧିକାରୀ (DEO) କାର୍ଯ୍ୟାଳୟ ସମ୍ମୁଖରେ ୪ ଘଣ୍ଟିଆ ଧlରଣା ପ୍ରଦର୍ଶନ କରାଯାଇଛି।
ଏହି ପ୍ରତିବାଦ ସଭାରେ କଂଗ୍ରେସ କର୍ମୀମାନେ ଘରୋଇ ସ୍କୁଲ ମାନଙ୍କ ଦ୍ୱାରା ଅତ୍ୟଧିକ ଫି ବୃଦ୍ଧି, ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ଉପରେ ଅନାବଶ୍ୟକ ଚାପ, ଏବଂ ଶିକ୍ଷାର ନାମରେ ବାଣିଜ୍ୟିକରଣ ବିରୋଧରେ ତୀବ୍ର ପ୍ରତିବାଦ କରିଥିଲେ।
ସଭା ପରେ କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ମାଧ୍ୟମରେ ପ୍ରଦାନ କରାଯାଇଥିଲା। ଏହି ଦାବୀପତ୍ରରେ ୫ ଦଫା ମୁଖ୍ୟ ଦାବୀ ଉଲ୍ଲେଖ ରହିଛି—
ମୁଖ୍ୟ ଦାବୀଗୁଡିକ ହେଲେ:
1)ଘରୋଇ ସ୍କୁଲ ମାନଙ୍କର ଅନିୟନ୍ତ୍ରିତ ଫି ବୃଦ୍ଧି ଉପରେ ତତ୍କ୍ଷଣାତ ନିୟନ୍ତ୍ରଣ ସହ
ପ୍ରତ୍ୟେକ ସ୍କୁଲରେ ଫି ନିର୍ଣ୍ଣୟ ପାଇଁ ସରକାରୀ ନିୟମ ପ୍ରୟୋଗ କରାଯାଉ l
ଅଭିଭାବକ ମାନଙ୍କୁ ଅନାବଶ୍ୟକ ଜରିମାନା ଓ ଚାପ ଦେବା ଉପରେ ପ୍ରତିବନ୍ଧ ଲଗାଯାଉ l
2) ପୁସ୍ତକ, ଖାତା ୟୁନିଫର୍ମ କୁ ନିର୍ଧାରିତ ଦୋକାନ ରୁ କିଣିବାକୁ ବାଧ୍ୟ୍ୟ କରିବା ପ୍ରଥା ବନ୍ଦ କରାଯାଉ l
3) CBSE ସ୍ୱୀକୃତି ପ୍ରାପ୍ତ ସ୍କୁଲ ମାନଙ୍କରେ ବେସରକାରୀ ପୁସ୍ତକ ପ୍ରଚଳନ ବନ୍ଦ କରାଯାଉ I
4)NEP 2020ଆଧାରରେ ସ୍କୁଲ ରେ ଶିକ୍ଷାଦାନ ପଦ୍ଧତି କୁ କଡାକଡି ଭାବରେ ଲାଗୁ କରାଯାଉ I
5) RTE ଆଇନ ଉଲ୍ଲଘଂନ କରୁଥିବା ବିଦ୍ୟାଳୟ ମାନଙ୍କ ବିରୁଦ୍ଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ I
ଶିକ୍ଷାର ଗୁଣମାନ ଓ ମୌଳିକ ସୁବିଧା ଉପରେ ନିୟମିତ ନିରୀକ୍ଷଣ ସହ
ଅଭିଯୋଗ ନିବାରଣ ପାଇଁ ଜିଲ୍ଲା ସ୍ତରରେ ବିଶେଷ ସେଲ ଗଠନକରାଯାଉ l
ଏହି ଧାରଣା ରେ ନଗର କଂଗ୍ରେସର ନଗର ସଭାପତି ଦେବାନନ୍ଦ ବାରିକ, ରିୟାଜ଼ ହୁସେନ, ଶୈଳେଶ ଅବସ୍ତି, ନିଖିଳ ଘୋଷ, କାଜଲ ଘୋଷ,ସଞ୍ଜୟ ମହାପାତ୍ର, ସଞ୍ଜୟ ପାଲ, ଭି. ଗୌରୀ ଶଙ୍କର, ବୁଦ୍ଧିଜୀବୀ ବସନ୍ତ ପଣ୍ଡା,ବିଜୟ ଦାସ, ସଞ୍ଜୟ ପାଣିଗ୍ରାହୀ,କୋଶଲ ନେତା ଗୌରୀଶଙ୍କର ତନ୍ତୀ, ଜ୍ଞାନେନ୍ଦ୍ର ବେହେରା ଙ୍କ ସହ ଅନେକ ଅଭିଭାବକ ଯୋଗଦେଇଥିଲେ।ଯେହେତୁ ଶିକ୍ଷା ଏକ ମୌଳିକ ଅଧିକାର କିନ୍ତୁ କିଛି ସ୍କୁଲ ଏହାକୁ ବ୍ୟବସାୟ ରୂପେ ପରିଣତ କରିଛନ୍ତି ତେଣୁ ନଗର କଂଗ୍ରେସ ସରକାରଙ୍କୁ ଶୀଘ୍ର ହସ୍ତକ୍ଷେପ କରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ସମସ୍ୟା ସମାଧାନ କରିବାକୁ ଦାବୀ କରିଛନ୍ତି ।
କଂଗ୍ରେସ ନେତାମାନେ ଏବଂ ଜିଲ୍ଲାର ସଚେତନ ନାଗରିକ ମାନେ ଚେତାବନୀ ଦେଇ କହିଥିଲେ ଯଦି ଦାବୀଗୁଡିକୁ ଶୀଘ୍ର ପୂରଣ କରାଯିବ ନାହିଁ, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।

More Stories
ସମ୍ବଲପୁର ଭାଲୁବାହାଲରେ “ବିର୍ଲା ଓପନ୍ ମାଇଣ୍ଡସ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍” ଲୋକାର୍ପିତ , ବହି କେବଳ ନୁହେଁ, ଅନୁଭୂତିମୂଳକ ଶିକ୍ଷା ହିଁ ଗଢ଼ିବ ଦକ୍ଷ ନାଗରିକ – ଧର୍ମେନ୍ଦ୍ର ପ୍ରଧାନ
ଗ୍ରାମବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ଜିଲାପାଳ, ନଦୀ ଉପରେ ହେବ…
କାଶ୍ମୀରରେ ବଡ଼ ଧରଣର ପ୍ରତିବାଦ ; କାଶ୍ମୀରରେ ସ୍କୁଲ-କଲେଜ ବନ୍ଦ |