April 2, 2026

Now Odisha

Now Odisha

କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସା ସାଉଁଟୁଛନ୍ତି ବିଭୂ୍ଧେନ୍ଦୁ l

Spread the love

ସାରା ବିଶ୍ୱରେ କ୍ରୀଡ଼ା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଶା ସେଥିରୁ କୌଣସି ଗୁଣରେ କମ ନୁହେଁ । ଓଡ଼ିଶାର କଳା ପାଣି ନାମ କୁହାଯାଉଥିବା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅନ୍ତର୍ଗତ ପାରିକୁଦ ଗଡ଼ ସାନଅଁଳ ଗ୍ରାମର କ୍ରୀଡ଼ାବିତ ବିଭୂ୍ଧେନ୍ଦୁ ମାନସିଂହ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନକୁ ସେ ଅକ୍ତିଆର କରିଛନ୍ତି । ସେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ରୀଡା ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ନିଜ ମହାବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ଉଚ୍ଚ ମାନର କ୍ରୀଡ଼ା କୌଶଳ ଶିକ୍ଷା ଦାନ ଦେଇ ବହୁ ଶିକ୍ଷାର୍ଥୀ କ୍ରୀଡାରେ ସୁନାମ ଅର୍ଜନ କରିଛନ୍ତି । କ୍ରୀଡ଼ା ମଧ୍ୟରେ ଭଲିବଲକୁ ସେ ସ୍ୱତନ୍ତ୍ରତା ଦେଇ ମହିଳା ମାନଙ୍କୁ ଆଗକୁ ନେବା ଉଦେଶ୍ୟରେ ଏକ ମହିଳା ଭଲିବଲ ଟିମ ଗଠନ କରିଛନ୍ତି । ବାଣପୁର ଠାରେ ନିଜସ୍ୱ ଖର୍ଚ୍ଚରେ ମା ଭଗବତୀ ରୁରାଲ ସ୍ପୋର୍ଟ୍ସ ଏକାଡେମୀ ଗଠନ କରିଛନ୍ତି । ସେ ତିଆରି କରିଥିବା ସ୍ପୋର୍ଟ୍ସ ଏକାଡେମୀରୁ ତାଲିମ ପାଇ ୨୩ ଜଣ ଛାତ୍ରୀ ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିଥିବା ଜଣାଯାଇଛି । ଏହି ଏକାଡେମୀରେ ଯେଉଁ ମହିଳା ମାନେ ଲେଖାଇଛନ୍ତି ସେ ମାଗଣାରେ ନାମ ଲେଖାଇବା ସହିତ ଖେଳ ସାମଗ୍ରୀ ଏବଂ ଶିକ୍ଷାଦାନ ବିନା ମୂଲ୍ୟରେ ଯୋଗାଇଦେଇଥାନ୍ତି । ନିଜ ଦରମାରୁ ପାଉଥିବା ଅର୍ଥକୁ ଏହି କ୍ରୀଡାରେ ବିନିଯୋଗ କରି ଶିକ୍ଷା ଦେଉଥିବାରୁ ସମଗ୍ର ଅଞ୍ଚଳରେ ଏକ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ବିଭୂ୍ଧେନ୍ଦୁ ବର୍ତମାନ ଜାତୀୟ ସ୍ତର ଭଲିବଲ ପ୍ରତିଯୋଗିତାରେ ରେଫରୀ ଭାବେ କାର୍ଯ୍ୟ କରି ବହୁ ସୁନାମ ଅର୍ଜନ କରିଛନ୍ତି । ଚଳିତ ମାସ ୨ରୁ ୮ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କିଟ ପରିସରରେ ଅନୁଷ୍ଠିତ ହେଉଥିବା ଆନ୍ତର୍ଜାତୀୟ ଭଲିବଲ ପ୍ରତିଯୋଗିତାରେ ରେଫରୀ ଭାବେ ଯୋଗଦେଇ ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିବା ଜଣାଯାଇଛି । ସେ କ୍ରୀଡ଼ା କ୍ଷେତ୍ରରେ ଚମତ୍କାରିତା ଦେଖାଇ ବାଲୁଗାଁ କ୍ରୀଡ଼ା ସଂଗଠନ ପକ୍ଷରୁ ଶ୍ରେଷ୍ଠ କ୍ରୀଡ଼ା ପ୍ରଶିକ୍ଷକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ କ୍ରୀଡ଼ା ଓ ସେବା ସମ୍ମାନ ସହିତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବହୁଥର ସମ୍ମାନୀତ କରାଯାଇଥିବା ଜଣାଯାଇଛି । ତାଙ୍କ କୃତିତ୍ୱ ରାଜ୍ୟ ତଥା ଜନ୍ମ ମାଟି କୃଷ୍ଣପ୍ରସାଦ ବ୍ଳକ ଅଞ୍ଚଳ ପାଇଁ ଏକ ଗୌରବ ଆଣି ଦେଇଛି । ତାଙ୍କ ହାତ ଗୋଡ଼ ଚାଲିଥିବା ଯାଏ ସେ କ୍ରୀଡ଼ା ଶିକ୍ଷା ଦେଇଆସୁଥିବେ ବୋଲି ପ୍ରକାଶ କରିଛନ୍ତି । କ୍ରୀଡ଼ା ସହିତ ସେ ପରିବେଶକୁ ଭଲ ପାଇବାରେ ଜଣେ ନିଆରା ମଣିଷ । ସେ ନିଜ ମହାବିଦ୍ୟାଳୟରେ ବହୁ ବୃକ୍ଷ ରୋପଣ କରି ଯତ୍ନ ନେବା ସହିତ ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ କରି ଏକ ଉଦାହରଣ ପାଲଟିଛନ୍ତି । ନିପଟ ମଫସଲ ଗ୍ରାମ ପାରିକୁଦ ଗଡ଼ ସାନଅଁଳ ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସନାତନ ମାନସିଂହ, ମାଆ ତାରାମଣୀ ମାନସିଂହଙ୍କ ପୁତ୍ର ବିଭୂ୍ଧେନ୍ଦୁ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବାରୁ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ପ୍ରଶଂସାର ସୁଅ ଛୁଟିଛି ।

error: Content is protected !!