April 4, 2026

Now Odisha

Now Odisha

ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର |

Spread the love

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ଚେକ୍ ଗେଟ ପାଖ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵକୁ ଲାଗି ସରାଙ୍ଗ ଅନନ୍ତ ଶୟନ ଜନ ସୁବିଧା ନାମରେ ନିର୍ମିତ ହୋଇଥିବା ବହୁମୁଖି ପର୍ଯ୍ୟଟନ କେନ୍ଦ୍ର ପରିସରରେ ରବିବାର ଓ ସୋମବାର ଦୁଇ ଦିନ ଧରି ବିଜେପି ଦଳର କର୍ମୀ ମାନଙ୍କୁ ନେଇ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ ଶିବିରକୁ ଉଦଘାଟନ କରି ଦଳର ନୀତି ଆଦର୍ଶ ଉପରେ ସମ୍ୟକ ବକ୍ତବ୍ୟ ରଖିଥିଲେ । କହିଥିଲେ ଯେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ , ଓ ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ୧୯୫୧ ମସିହାରେ ଜନସଂଘ ପ୍ରତିଷ୍ଠା ହୋଇଥିଲା । ଯାହାକୁ ପରବର୍ତ୍ତି ସମୟରେ ଦେଶର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ , ମୁରଲୀ ମନୋହର ଯୋଶୀ ଓ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି ଭାବେ ପରିଚିତ ସୃଷ୍ଟି କରିଥିଲେ । ଦେଶ ଗଠନ , ସମାଜରେ ଦାରିଦ୍ର୍ୟ ସୀମାତଳେ ବସବାସ କରୁଥିବା ଲୋକଙ୍କ ସୁବିଧା ଓ ନ୍ୟାୟ ଯୋଗାଇ ଦେବା , ବିକଶିତ ଭାରତ ଗଠନ କରିବାରେ ଦଳର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା ବୋଲି ବିଧାୟକ ଶ୍ରୀ ପ୍ରଧାନ କର୍ମୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ ।ଏହାକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରୁ ସଂଗଠନକୁ ମଜବୁତ୍ କରିବା , ନୂତନ କର୍ମୀ ଦଳରେ ସାମିଲ କରିବା , ପରଷ୍ପର ମଧ୍ୟରେ ଆଦର୍ଶ ଶୃଙ୍ଖଳା ରଖିବା ସହ ସେବା ମନୋଭାବକୁ ଗୁରୁତ୍ୱାରୋପ କରିବା ଏହିପରି କେତେକ ପ୍ରମୁଖ ଦିଗ ଉପରେ ଆୟୋଜିତ ଶିବିରର ଉଦ୍ଦେଶ୍ୟ ରହିଥିଲା ।ଆୟୋଜିତ ପ୍ରଶିକ୍ଷଣ ଶିବିରରେ ବ୍ଲକ ଉପାଧ୍ୟକ୍ଷା ଯଶଶ୍ଵିନୀ ରାଉତ , ଦଳର ଜିଲ୍ଲା ସଭାପତି ରାସ ବିହାରୀ ବେହେରା , ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶରତ ଚନ୍ଦ୍ର ସାହୁ ,ଯୁବ ନେତା ଅନିଲ କୁମାର ଭୂତିଆ ,ସରପଞ୍ଚ ଅଜିତ୍ କୁମାର ସାହୁ , ଅଶୋକ ବର୍ମା ,ଅଶାନ୍ତି ରାଉତ ,ସୁବ୍ରତ ଜେନା , ତ୍ରିଲୋଚନ ଭୂତିଆ, ହୃଦୟ ଚନ୍ଦ୍ର ଚମ୍ପତସିଂହ , ନାରୀ ନେତ୍ରୀ ଏଲିନା ଭୂତିଆ ,ବସନ୍ତ କୁମାର ସାହୁ ,ପ୍ରମୋଦ ନନ୍ଦ ,ପୂର୍ବତନ ମଣ୍ଡଳ ସଭାପତି ଦୟାନିଧି ସାହୁ ସମେତ ଦଳର ଶତାଧିକ ଦଳୀୟ କାର୍ଯ୍ୟକର୍ତ୍ତା ପ୍ରଶିକ୍ଷଣ ଶିବିରରେ ଅଂଶ ଗ୍ରହଣ କରିଥିଲେ । ଦଳର ତାଲିମ ପ୍ରାପ୍ତ ସକ୍ରିୟ କର୍ମୀ ହିମାଂଶୁ ପାଢ଼ୀ ଓ କୃଷ୍ଣ ଚନ୍ଦ୍ର ସାହୁଙ୍କ ତତ୍ବାବଧାନରେ ଶିବିର ପରିଚାଳିତ ହୋଇଥିବା ବେଳେ କୁଆଳୋ ଅଷ୍ଟଶମ୍ଭୁ ମଣ୍ଡଳର ସଭାପତି ତଥା ସମିତି ସଭ୍ୟ ବୈଷ୍ଟମ୍ୱ ନାଥ ଶିବିରକୁ ସଞ୍ଚାଳନ କରିଥିଲେ ।

error: Content is protected !!