ବଲାଙ୍ଗୀର/ତୁଷୁରା, ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଧୀନସ୍ତ ମହିପୁର ଗାଁରେ ଘଟିଥିବା ନବ ବିବାହିତା ଅନୁପମା ମହାନନ୍ଦ ଙ୍କ ହତ୍ୟାକାଣ୍ଡ ଘଟଣାରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି।
ଏହି ଘଟଣାରେ ମୃତକଙ୍କ ସ୍ୱାମୀ ଦିବ୍ୟାନସୁ ମହାନନ୍ଦ, ଦେଢଶୁର ସୁଦାମ ମହାନନ୍ଦ ଓ ବଡ଼ ଯାଆ ମହିମା ମହାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ତୁଷୁରା ପୋଲିସ । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ଯୋଜନାବଦ୍ଧ ଭାବେ ଅନୁପମା ଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ପରେ ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ ।ପ୍ରାରମ୍ଭିକ ତଦନ୍ତ ଅନୁସାରେ, ସ୍ୱାମୀଙ୍କ ପରକୀୟା ସମ୍ପର୍କକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣା ନେଇ ଅଞ୍ଚଳରେ ଚର୍ଚ୍ଚାର ମାହୋଲ ସୃଷ୍ଟି ହୋଇଛି। ହତ୍ୟାକାଣ୍ଡ ବିଷୟରେ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସଡିପିଓ ।

More Stories
ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ସରିଲା କ୍ଷୀତିଶଙ୍କ ରିମାଣ୍ଡ ଅବଧି, ପୋଲିସ ହାତରେ ଲାଗିଲା କିଛି ନୂଆ ତଥ୍ୟ
ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…
ଭୁବନେଶ୍ବରରେ ଚାଞ୍ଚଲ୍ୟ; ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର