April 11, 2026

Now Odisha

Now Odisha

ଦଣ୍ଡନାଚରେ ମନମୋହୁଛନ୍ତି ସୁଧୀର କୁମାର ଓ ବ୍ରଜବନ୍ଧୁ |

Spread the love

ନୟାଗଡ଼, ୧୧/୦୪: ଚୈତ୍ର ମାସ ଶେଷ ଓ ବୈଶାଖ ମାସର ପଣାସଂକ୍ରାନ୍ତି ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ଓଡ଼ିଶାର ଦଣ୍ଡନାଚର ଐତିହ୍ୟ ଖୁବ ପ୍ରାଚୀନ। ବିଶେଷ କରି ଅନେକ ଆଧ୍ୟାତ୍ମିକ ଭରା ପୌରାଣିକ କଥାବସ୍ତୁ ଆଧାରିତ ନାରୀ ଚରିତ୍ର ମାନଙ୍କରେ ଗୁବଗୋଷ୍ଟି ପୁରୁଷ ମାନେ ଖୁବ ନିଖୁଣ ଅଭିନୟ କରୁଥିବା ବେଳେ ନୟାଗଡ ଜିଲ୍ଲା ଗଣିଆ ବ୍ଲକ କରଡ଼ାପଡା ଗୌଡ଼ତୁମାଣ୍ଡି ମାଆ କାଳୀଙ୍କ ଦଣ୍ଡ ଯାତ୍ରାର ମୁଖ୍ୟ ଚରିତ୍ର ଭାବେ ସୁଧୀର କୁମାର ବେହେରା ଓ ବ୍ରଜବନ୍ଧୁ ବେହେରାଙ୍କ ମନଛୁଆଁ ଅଭିନୟ ଅଂଚଳବାସୀଙ୍କ ମନମୋହିବାରେ ଲାଗିଛି। ଖୁବ ଅମାୟିକ କଳାପ୍ରିୟ ଉଚ୍ଚ ଶିକ୍ଷିତ ସୁଧୀରକୁମାର ନୟାଗଡ ମହାବିଦ୍ୟାଳୟରୁ ସ୍ନାତକୋତର ଶିକ୍ଷା ସମାପ୍ତ ପରେ ବଜାଜ ଫାଇନାନ୍ସ ଅଧିକାରୀ ଭାବେ କାର୍ଯ୍ୟ କରିବା ସହ କଳା ପ୍ରତି ଭଲ ପାଇବା ତଥା କଳାସାଧସନା ତାଙ୍କୁ ଅଂଚଳରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ସୁଧୀର କୁମାର ବେହେରା ଓ ବ୍ରଜବନ୍ଧୁ ବେହେରାଙ୍କ ଦଣ୍ଡ ନାଚରେ ଲକ୍ଷ୍ମୀ ନାରାୟଣ, ରାଧା କଷ୍ଣ, ରାମ ସୀତା, ଶିବ ପାର୍ବତୀଙ୍କ ଦୁଇ ପୁରୁଷ କଳାକାରଙ୍କ ନିଖୁଣ ଅଭିନୟ ସମଗ୍ର ନୟାଗଡବାସୀଙ୍କୁ ଅଭିଭୂତ କରୁଛି। ଏଥିପାଇଁ କଳାପ୍ରେମୀ ଜନସାଧାରଣ ଓ ନୟାଗଡ଼ବାସୀଙ୍କ ପ୍ରଶଂସା ଓ ଆଶୀର୍ବାଦର ସୁଅ ଛୁଟୁଛି ଏହି ଦୁଇ କଳାକାରଙ୍କ ପାଇଁ।

error: Content is protected !!