କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଏ,ଏମ, ସି, ଏସ ମହାବିଦ୍ୟାଳୟ ରେ ଭୁବନେଶ୍ୱର ଉତ୍କଳ ମହିଳା ଆର୍ଯ୍ୟ ସମାଜ ର ସୌଜନ୍ୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ମାନବୀୟ ମୂଲ୍ୟବୋଧରେ ଶିକ୍ଷାର୍ଥୀ ର ଭୂମିକା କୁ ନେଇ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଆଲୋଚକ ଭାବେ ଭୁବନେଶ୍ୱର ଉତ୍କଳ ମହିଳା ଆର୍ଯ୍ୟ ସମାଜ ର ସମ୍ପାଦିକା ଗୀତାରାଣୀ ପୁରୀ ଏବଂ ସୁଚିତ୍ରା ମହାରଣା ମାନବୀୟ ମୂଲ୍ୟବୋଧ ର ଅବକ୍ଷୟ ସାମ୍ପ୍ରତିକ ଛାତ୍ର ଛାତ୍ରୀଙ୍କୁ କିପରି ପ୍ରଭାବ ପକାଉଛି ତା ଉପରେ ବିଷଦ ଆଲୋଚନା କରିଥିଲେ l ସମ୍ମାନିତ ଅତିଥିଭାବେ ଭାବେ ରାଜନୀତି ବିଜ୍ଞାନ ଅଧ୍ୟାପକ ବନମାଳୀ ବେହେରା, ଅଧ୍ୟାପକ ରତନ ଦିଗାଲ, ଅଧ୍ୟାପିକା ସଂଘମିତ୍ରା ଦାସ ମଂଚାସୀନ ଥିଲେ l ପ୍ରଧାନ ଶିକ୍ଷୟିତ୍ରୀ ଲତାଞ୍ଜଳି ମହାନ୍ତି ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଆଲୋଚନାରେ ଭାଗନେଇ ପିଜି ଛାତ୍ର ବଳରାମ ବେହେରା ପ୍ରଥମ ସ୍ଥାନ, ସ୍ନାତକ ଛାତ୍ର ବାଜପେୟୀ ପ୍ରଧାନ, ଦ୍ୱିତୀୟ ଯୁକ୍ତ ଦୁଇ ଛାତ୍ରୀ ମୌସୁମୀ ଆଚାର୍ଯ୍ୟ ତୃତୀୟ ସ୍ଥାନ ଅଧିକାର କରି ମାନପତ୍ର ସହ ଟ୍ରଫି ଅତିଥିଙ୍କ ଠାରୁ ଗ୍ରହଣ କରିଥିଲେ l ଅଧ୍ୟାପିକା ନମିତା ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ l

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର