ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ବାଘମରା ସାହିରେ ରବିବାର ଏକ ଭୟଙ୍କର ପାରିବାରିକ ହିଂସାକାଣ୍ଡ ଦେଖିବାକୁ ମିଳିଛି। ବୈବାହିକ ସମ୍ପର୍କ ଓ ପାରିବାରିକ ସମସ୍ୟାକୁ ନେଇ ପି. ଇଗ୍ନିଙ୍କ ଘରେ ବଚସା ଆରମ୍ଭ ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ଉଗ୍ର ରୂପ ଧାରଣ କରିଥିଲା।
ଝଗଡ଼ା ଚାଲିଥିବା ସମୟରେ ପି. କ୍ରିଷ୍ଣା ନାମକ ଜଣେ ସମ୍ପର୍କୀୟ ଉତ୍ୟକ୍ତ ହୋଇ ୫୫ ବର୍ଷୀୟା ପି. ଗୁନିଙ୍କ ମୁଣ୍ଡକୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ଗୁନିଙ୍କୁ ପ୍ରଥମେ ବମୋକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ଘଟଣାସ୍ଥଳରେ କେ. ନୂଆଗାଁ ପୋଲିସ ଓ ନୂଆପଡ଼ା ଫାଣ୍ଡି ଅଧିକାରୀ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି। ପାରିବାରିକ ହିଂସା ଓ ଟାଙ୍ଗିଆ ଚୋଟ ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର