ଶିଶୁ କଲ୍ଲୋଳ ମହୋତ୍ସବ 2024 ଅନୁଷ୍ଠିତ


ଯାଜପୁର:(ପ୍ରଦ୍ୟୁମ୍ନ କୁମାର ଓଝା):- ଯାଜପୁର ଜିଲ୍ଲା ତଥା ବଡ଼ଚଣା ବ୍ଲକ ଅନ୍ତର୍ଗତ ବନ୍ଦାଳ ଗ୍ରାମ ସ୍ଥିତ ମା’ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ମା’ ତାରିଣୀ ପୂଜା କମିଟିର ପଞ୍ଚମ ବାର୍ଷିକ ମକର ଉତ୍ସବ ଓ ମା’ ତାରିଣୀ ଶିଶୁ କଲ୍ଲୋଳ ମହୋତ୍ସବରେ କମିଟି ସଭାପତି ପରମେଶ୍ୱର ବଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବକୁ ଦର୍ପଣ ତହସିଲଦାର ମାନସ କୁମାର ତ୍ରିପାଠୀ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ବଡଚଣା ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା କବି ଭକ୍ତ ଚରଣ ସାହୁ ଯୋଗଦେଇ ଶିଶୁ ଉତ୍ସବର ଆୟୋଜନକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ଆୟୋଜିତ ନୃତ୍ୟ, ସଙ୍ଗୀତ ଓ ଅଭିନୟ ଆଦି ବିଭିନ୍ନ ପ୍ରତିଯୋଗିତାରେ ବଡ଼ଚଣାର ବିଭିନ୍ନ ଅଞ୍ଚଳର ୬୦ରୁ ଅଧିକ ଶିଶୁ ପ୍ରତିଯୋଗୀ ଭାଗ ନେଇ ନିଜ ନିଜର କଳା ନୈପୁଣତା ପ୍ରଦର୍ଶିତ କରି ଉପସ୍ଥିତ ଦୁଇ ଶହରୁ ଅଧିକ ଦର୍ଶକଙ୍କ ମନ ଜିଣିଥିଲେ । ଅତିଥି ମାନଙ୍କ ଦ୍ୱାରା ଏହି ପ୍ରୟିଯୋଗିତାର କୃତି ଶିଶୁ ପ୍ରତିଭାଙ୍କୁ ପୁରସ୍କୃତ କରାଯିବା ସହିତ ମୁଖ୍ୟ ଅତିଥି ଶ୍ରୀ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କମିଟି ସମ୍ପାଦକ ଯଚିନ୍ଦ୍ର ମହାନ୍ତି ବିବରଣୀ ପାଠ କରିଥିବା ବେଳେ ସଂଗଠନ ସମ୍ପାଦିକା ସୁଭଦ୍ରା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


error: Content is protected !!