ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ସାହାଜବାହାଲ ଲଖୁଆପଡ଼ା ଗାଁରେ ଏକ ଅଭାବନୀୟ ଓ ମର୍ମନ୍ତୁଦ ଘଟଣା ଘଟିଛି। ଜଣେ ଯୁବକର ଉନ୍ମତ୍ତକାଣ୍ଡ ଯୋଗୁଁ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ଖେଳିଯାଇଛି। ସୂଚନା ଅନୁଯାୟୀ, ଗାଁର ଜଣେ ଯୁବକ ହଠାତ୍ ହିଂସ୍ର ହୋଇ ଶୋଇଥିବା ଅବସ୍ଥାରେ ଲୋକଙ୍କୁ ଏକ ଲୁହା ଶାବଳରେ ଆକ୍ରମଣ କରିଥିଲେ।
ଏହି ବର୍ବରକାଣ୍ଡରେ ଶାବଳ ମାଡ଼ ଯୋଗୁଁ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବକର ଉନ୍ମତ୍ତକାଣ୍ଡ ଖବର ପାଇ ବଡ଼ଗାଁ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଛି।
ପୋଲିସ ଏହି ଘଟଣାରେ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ପଛର ପ୍ରକୃତ କାରଣ କଣ, ସେ ନେଇ ତଦନ୍ତ ଜାରି ରଖିଛି। ଯୁବକ ଜଣକ କାହିଁକି ଏପରି ଚରମ ପଦକ୍ଷେପ ନେଲେ, ତାହା ଏବେ ବି ରହସ୍ୟ ଘେରରେ ରହିଛି।

More Stories
ତାମିଲନାଡୁ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ: ୧୮ ମୃତ, ଅନେକ ଗୁରୁତର |
ଭଞ୍ଜନଗରରେ ଅଘଟଣ: ଜଳଭଣ୍ଡାରରେ ବୁଡ଼ି ୨ ନାବାଳକଙ୍କ ମୃତ୍ୟୁ |
ପାରିବାରିକ କଳହରୁ ରକ୍ତପାତ: ମହିଳାଙ୍କୁ ଟାଙ୍ଗିଆରେ ହାଣିଲା ସମ୍ପର୍କୀୟ, ଅବସ୍ଥା ସଙ୍କଟାପନ୍ନ |