ଅକ୍ଷୟ କୁମାର ଏବଂ ପ୍ରିୟଦର୍ଶନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୂତ ବଙ୍ଗଳା’ କମାଲ୍ କରୁଛି । ଅକ୍ଷୟ କୁମାର ଏବଂ ଭାମିକା ଗବ୍ବି ଷ୍ଟାରର୍ ଏହି ହରର-କମେଡି ଫିଲ୍ମ ଜବରଦସ୍ତ ଓପନିଂ କରିଛି । ଫିଲ୍ମଟି ରଣବୀର ସିଂଙ୍କ ଧୁରନ୍ଧରକୁ କଡ଼ା ଟକ୍କର ଦେଇଛି ।
‘ଭୂତ ବଙ୍ଗଳା’ ସାରା ବିଶ୍ୱରେ ୧୦୦ କୋଟି କ୍ଲବରେ ଏଣ୍ଟ୍ରି କରିଛି ।ଫିଲ୍ମଟି ଭାରତରେ ୧୦,୯୮୪ ଶୋ’ରୁ ୬.୭୫ କୋଟି ନେଟ୍ ରୋଜଗାର କରିଛି । ଏହା ସହିତ, ଭାରତରେ ଚାରି ଦିନର ମୋଟ ନେଟ୍ କଲେକ୍ସନ ୬୪.୭୫ କୋଟି ଏବଂ ମୋଟ ଆୟ ୭୭.୩୪ କୋଟିରେ ପହଞ୍ଚିଛି । ବିଦେଶରେ ଫିଲ୍ମଟି ଚତୁର୍ଥ ଦିନରେ ୨.୫୦ କୋଟି ରୋଜଗାର କରିଛି, ଯାହା ଫଳରେ ଏହାର ମୋଟ ବିଦେଶ ଆୟ ୨୯.୦୦ କୋଟିରେ ପହଞ୍ଚିଛି । ଏହା ସହିତ ବିଶ୍ୱବ୍ୟାପୀ ଫିଲ୍ମର ମୋଟ ଆୟ ୧୦୬.୩୪ କୋଟିରେ ପହଞ୍ଚିଛି ।
ପ୍ରିୟଦର୍ଶନଙ୍କ ନିର୍ଦ୍ଦେଶିତ ‘ଭୂତ ବଙ୍ଗଳା’ ରେ ଅକ୍ଷୟ କୁମାର ଏବଂ ୱାମିକା ଗବ୍ବି ମୁଖ୍ୟ ଭୂମିକାରେ ଅଛନ୍ତି । ସେମାନଙ୍କ ସହିତ ପ୍ରମୁଖ ସହାୟକ ଭୂମିକାରେ ରାଜପାଲ ଯାଦବ, ଆସରାନି, ପରେଶ ରାୱଲ, ତବୁ ଏବଂ ମିଥିଳା ପାଲକର ଅଛନ୍ତି। ଏହା ବ୍ୟତୀତ, ଫିଲ୍ମର ଟିଜର ଏବଂ ଟ୍ରେଲର ଉଭୟ ଦର୍ଶକଙ୍କଠାରୁ ପ୍ରେମ ଏବଂ ପ୍ରଶଂସା ପାଇ ସାରିଛନ୍ତି ।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର