ବୈଶ୍ୱିକ ସ୍ଥିତିକୁ ନେଇ ଇନ୍ଧନ ସଂକଟର ଗୁଜବ ମଧ୍ୟରେ ଏକ ବଡ଼ ଆଶ୍ଵସ୍ତିକର ଖବର। ସାରା ଓଡ଼ିଶାରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଯୋଗାଣ ସମ୍ପୂର୍ଣ୍ଣ ସ୍ୱାଭାବିକ ରହିଛି ବୋଲି ଇଣ୍ଡିଆନ ଅଏଲ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ପ୍ରାନ୍ତରେ ଅତ୍ୟାବଶ୍ୟକ ଇନ୍ଧନର ଅଭାବ ନାହିଁ। ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଏଲପିଜି, ପେଟ୍ରୋଲ ଓ ଡିଜେଲ ମହଜୁଦ ଅଛି।
କୃତ୍ରିମ ଅଭାବ ରୋକିବା ପାଇଁ ସହରାଞ୍ଚଳରେ ଦୁଇଟି ଗ୍ୟାସ୍ ବୁକିଂ ମଧ୍ୟରେ ୨୫ ଦିନର ବ୍ୟବଧାନ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୬୦ ପ୍ରତିଶତରୁ ଅଧିକ ଗ୍ରାହକଙ୍କ ବାୟୋମେଟ୍ରିକ୍ ପ୍ରମାଣୀକରଣ ଶେଷ ହୋଇଛି। କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ନିୟମିତ ଯାଞ୍ଚ ମଧ୍ୟ ଜାରି ରହିଛି।ସୋସିଆଲ ମିଡିଆରେ ପ୍ରସାରିତ ଗୁଜବରେ ବିଶ୍ୱାସ ନକରି ଶାନ୍ତ ରହିବାକୁ ଏବଂ ଆବଶ୍ୟକତା ଅନୁସାରେ ହିଁ ଇନ୍ଧନ କ୍ରୟ କରିବାକୁ ଗ୍ରାହକଙ୍କୁ ପରାମର୍ଶ ଦିଆଯାଇଛି।

More Stories
ଶାରୀରିକ ସମ୍ପର୍କ ନ ରଖିଲେ ମାରିଦେବି ସ୍ବାମୀକୁ
ହୁମାରେ ବଡ଼ ଧରଣର ସିରିଜ୍ ଚୋରି: ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ