April 22, 2026

Now Odisha

Now Odisha

ବିବାଦ ପରେ ନିଜକୁ ଜାଳିଦେଲେ ପ୍ରେମିକ, ପ୍ରେମିକାକୁ ଜାଳିବାକୁ ଉଦ୍ୟମ

Spread the love

ନୂଆଦିଲ୍ଲୀ,୨୧/୪ : ପ୍ରେମ କାହା ପାଇଁ କେମିତି । କିଏ ପ୍ରେମ କରି ଖୁସିରେ ଅଛି ତ , କିଏ ପ୍ରେମ କରି ଜୀବନ ହାରୁଛି । ଏମିତି ବହୁ ଘଟଣା ପ୍ରତ୍ୟେକ ଦିନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳୁଛି । ଠିକ୍ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ବିଦଦରାହଲ୍ଲି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଅଞ୍ଜନାପୁରରୁ ।ଜନୈକ ଯୁବକ ନିଜ ପ୍ରେମିକାଙ୍କ ସହ ବିବାଦ ପରେ ନିଜକୁ ନିଆଁ ଲଗାଇ ତାଙ୍କ ପ୍ରେମିକାଙ୍କୁ ପୋଡ଼ି ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣଙ୍କ କିରଣ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, କିରଣ ଏବଂ ଯୁବତୀ ଜଣଙ୍କ ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ । ଯେଉଁଠାରେ ସେମାନଙ୍କ ପରିଚୟ ଧୀରେ ଧୀରେ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା। ଘଟଣା ସମୟରେ ଯୁବତୀ ଜଣଙ୍କ ଘରେ ଏକା ଥିଲେ। ସେ ତାଙ୍କ ମାଆ ଏବଂ ଭାଇଙ୍କ ସହିତ ରୁହନ୍ତି। ଏହି ସମୟରେ କିରଣ ପେଟ୍ରୋଲ ନେଇ ତାଙ୍କ ଘରେ ପହଞ୍ଚିଥିଲେ। ସେମାନଙ୍କ କଥାବାର୍ତ୍ତା ସମୟରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଝଗଡ଼ା ପରେ କିରଣ ନିଜେ ପେଟ୍ରୋଲ ଢାଳି ନିଜକୁ ନିଆଁ ଲଗାଇ ଦେଇଥିଲେ। ତା’ପରେ ସେ ଯୁବତୀଙ୍କୁ ମଧ୍ୟ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ।

ଯୁବତୀ ଜଣଙ୍କ କୌଣସି ପ୍ରକାରେ ଖସି ପଳାଇବାରେ ସଫଳ ହୋଇଥିଲେ । ତାଙ୍କର ସାମାନ୍ୟ ଭାବେ ଆଘାତ ଲାଗିଛି ଏବଂ ସେ ବିପଦମୁକ୍ତ ଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବିଦାଦରହାଲ୍ଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରୁଛି।

error: Content is protected !!