ଆଜି ନିମାପଡା ବ୍ଲକ ବଳଙ୍ଗା ପଞ୍ଚାୟତରେ ଶିବା ମହିଳା କୃଷକ ଉତ୍ପାଦକ ସଂଘ ଆୟୋଜନରେ ଏକ କୃଷି ମେଳା ବଳଙ୍ଗା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟଅତିଥି ଭାବରେ ମାନ୍ୟବର ବିଧାୟକ ସମୀର ଦାଶ ଯୋଗଦାନ କରିଥିବା ବେଳେ ନିର୍ଦେଶିକା ଡ଼ଃ ମୃଦୃଳା ଦେବୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ , ପଞ୍ଚାୟତ ସମିତି ଅଧ୍ୟକ୍ଷ ଶଙ୍କର ଭୋଇ, ଉପାଧ୍ୟକ୍ଷା ଅନୁସୂୟା ମହାନ୍ତି ସରପଞ୍ଚ ଅଞ୍ଜଳି ପ୍ରଧାନ ସୁମିତା ଆଚାର୍ଯ୍ୟ, ରୋଜାଲିନ ଦାଶ ଯୋଗଦାନ କରିଥିଲେ। କୃଷି କ୍ଷେତ୍ରର ମହିଳା ମାନେ ସ୍ବାବଲମ୍ବୀ ଓ ଅଗ୍ରଗତି କରିବା ପାଇଁ ଅତିଥି ମାନେ ଆଲୋଚନା କରିଥିଲେ। ଏହି କାର୍ଯ୍ୟ କ୍ରମ ରେ ଶତାଧିକ ମହିଳା ଚାଷୀ ଅଂଶଗ୍ରହଣ କରିଥିଲେ।


error: Content is protected !!