ଶବ ଦାହ କରିବାକୁ ଯାଇ ଶବ ପାଲଟିଲେ। ଉତ୍ତରାଖଣ୍ଡ ତେହରି ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ । ୩୦୦ ମିଟର ଖାଇକୁ ଭ୍ୟାନ୍ ଖସି ୮ ଜଣଙ୍କ ମୃତ୍ୟୁ ହୋଇଛି। ଚାମ୍ପା ବ୍ଲକ୍ ର ଚାମ୍ପା-କୋଟି ଘାଟି ରାସ୍ତାରେ ଘଟିଛି ଏହି ଦୁର୍ଘଟଣା। ପାଖାପାଖି ହଜାରେ ଫୁଟ ତଳକୁ ଭ୍ୟାନ୍ ଖସି ପଡ଼ିବାରୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି ।ଗୁରୁତରଙ୍କୁ ନିକଟସ୍ଥ ଡିଏଚ୍ ବାଉରାରି ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ, ସ୍ବାସ୍ଥ୍ୟବିଭାଗ ଓ SDRF ଟିମ୍ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲେ। ଭୀଷଣ ଦୁର୍ଘଟଣା ଯୋଗୁ ଗାଡ଼ି ସମ୍ପୂର୍ଣ୍ଣ ରୂପେ ଭାଙ୍ଗିରୁଜି ଚୁରମାର ହୋଇଛି। ତେହରି ଜିଲ୍ଲାପାଳ ନିକିତା ଖଣ୍ଡେଲୱାଲ ଓ ତେହେରି ବିଧାୟକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ।
ତେବେ ଘନସାଲି ନିକଟସ୍ଥ ତିନୋଟି ଗାଁର ଲୋକେ ଜଣେବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ହରିଦ୍ବାର ଯାଇଥିଲେ। ଫେରିବା ବାଟରେ ଚାମ୍ପା-କୋଟି ଘାଟି ରାସ୍ତାରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେପଟେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ବାବା କେଦାରନାଥଙ୍କ ନିକଟରେ ଆହତଙ୍କ ଆଶୁ ଆରୋଗ୍ୟ କାମନ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କରସିଂ ଧାମି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର