ନିଖୋଜ ହେବାର ୭ ଦିନ ପରେ ମିଳିଲା ବ୍ରହ୍ମପୁର ଉପକଣ୍ଠ କରାପଲି ଗାଁର ବ୍ୟବସାୟୀ ସୁଧୀର ପାତ୍ରଙ୍କ ମୃତଦେହ। ସୋରଡ଼ା ଥାନା ଅନ୍ତର୍ଗତ ରାଶି ପଙ୍କାଳ ଜଙ୍ଗଲରୁ ମିଳିଛି ତାଙ୍କ ମୃତଦେହ। ସୁଧୀରଙ୍କ ମୃତଦେହଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଥିବାରୁ ତାଙ୍କୁ ଚିହ୍ନଟ କରିବାରେ ଅସୁବିଧା ହୋଇଥିଲେ। ତେବେ ପରିବାର ଲୋକେ ତାଙ୍କ ପୋଷାକରୁ ସେ ସୁଧୀର ବୋଲି ଜାଣିପାରି ଥିଲେ।
ସୁଧୀରଙ୍କ ମୃତଦେହ ଏତେ ପରମାଣରେ ନଷ୍ଟ ହୋଇଯାଇଛି ଯେ, ସେହି ଜଙ୍ଗଲରେ ହିଁ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ କହିଛି। ମାମଲାରେ ତଦନ୍ତ ଅଧିକାରୀ ଓ ସାଇଣ୍ଟିଫିକ୍ ଟିମ୍ ସୁଧୀରଙ୍କ ପରିବାରବର୍ଗଙ୍କୁ ଧରି ମୃତଦେହ ପାଖକୁ ଯାଇଥିଲେ।
ଗତ ୧୫ ତାରିଖରୁ ନିଖୋଜ ଥିଲେ ସୁଧୀର ପାତ୍ର। ସେହିଦିନ ସନ୍ଧ୍ୟାରେ ସେ ଭଲି ବଲ୍ ଖେଳିବା ପରେ ଡୁରା ସ୍ଥିତ ତାଙ୍କ ଶ୍ୱଶୁର ଘରକୁ ଯାଉଥିବା ବେଳେ ଡିଫେନ୍ସ କୋଲନୀ ଅଞ୍ଚଳରୁ ତାଙ୍କୁ କିଛି ଦୁର୍ବୃତ୍ତ ବନ୍ଧୁକ ମୁନରେ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା।
ପୁଲିସର ୭ଟି ଟିମ୍ ବିଭିନ୍ନ ସ୍ଥାନରେ ତାଙ୍କୁ ଖୋଜୁଥିଲା।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର