ମଣିପୁରରେ ହୋଇଥିବା ହିଂସାକୁ ନେଇ ସ୍ଥିତି ପୁଣି ଜଟିଳ ହେବାରେ ଲାଗିଛି। କୁକି ଏବଂ ନାଗା ସମ୍ପ୍ରଦାୟର ୨ ସଶସ୍ତ୍ର ଗୋଷ୍ଠୀଙ୍କ ମଧ୍ୟରେ ହିଂସା ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଲୋକ ଆହତ ହୋଇଥିଲେ। ହିଂସା ରୋକିବା ସହ ସ୍ଥିତି ସ୍ୱାଭାବିକ କରିବାକୁ ପ୍ରଶାସନିକସ୍ତରରେ ପଦକ୍ଷେପ ନିଆଯାଇଥିଲେ ହେଁ ଶନିବାର ହଜାର ହଜାର ବିକ୍ଷୋଭକାରୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଯିବାବେଳେ ପୋଲିସ ସହ ସେମାନଙ୍କର ସଂଘର୍ଷ ହୋଇଛି।ସୂଚନା ଯୋଗ୍ୟ, ମଇତି ସମ୍ପ୍ରଦାୟର ଏକ ସଂଗଠନ ‘କୋଅର୍ଡିନେଟିଂ କମିଟି ଅନ୍ ମଣିପୁର ଇଣ୍ଟିଗ୍ରିଟି(ସିଓସିଓଏମ୍ଆଇ) ଡାକରାରେ ହଜାର ହଜାର ଲୋକ ମୁଖ୍ୟମନ୍ତ୍ରୀଙ୍କ ଇମ୍ଫାଲସ୍ଥିତ ବାସଭବନ ଆଡ଼କୁ ମୁହାଁଇଥିଲେ। ସହରର ବିଭିନ୍ନ ଦିଗରୁ ଆସିଥିବା ହଜାର ହଜାର ବିକ୍ଷୋଭକାରୀଙ୍କୁ ଅଟକାଇବା ଲାଗି ସୁରକ୍ଷା କର୍ମୀଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ଲଗାଯାଇଥିଲା। କିନ୍ତୁ ବିକ୍ଷୋଭକାରୀ ଏହାକୁ ନ ମାନି ଧସେଇ ପଶିବାକୁ ଉଦ୍ୟମ କରିବାରୁ ପୋଲିସ ସହ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଶତାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର