ଆସୁଛି କାଳବୈଶାଖୀ। ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ସମ୍ଭାବନା । ଆଜି ୮ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତାକାଲି ମଧ୍ୟ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଓଡ଼ିଶା ଆକାଶରେ ଏକ ‘ଟ୍ରପ୍ ଲାଇନ୍’ ସକ୍ରିୟ ଅଛି ।
ଯାହା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ରାତିରୁ ଆସନ୍ତା ୨୮ ଏପ୍ରିଲ ପର୍ଯ୍ୟନ୍ତ ଏହାର ପ୍ରଭାବ ଅଧିକ ରହିବ। ୩୦ ତାରିଖରେ କାଳବୈଶାଖୀ ପାଇଁ ପୁରା ରାଜ୍ୟକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଭ । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ଝଡ଼ ପବନ ବୋହିବାର ଆଶଙ୍କା ରହିଛି।

More Stories
ବଜ୍ରାଘାତରେ ଟଳି ପଡ଼ିଲେ ଗାଈ ଚରାଳି |
ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ:କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ନିଶା କ୍ଷେତ୍ରରେ ‘ଜିରୋ ଟୋଲେରାନ୍ସ’: ମାଫିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ – “ସୁଧୁର, ନଚେତ୍ ବୁଲଡୋଜର ଆକ୍ସନ୍ ପାଇଁ ପ୍ରସ୍ତୁତ ରୁହ!”