April 27, 2026

Now Odisha

Now Odisha

ବନ୍ଧୁକ ମୁନରେ ଦାଦାବଟି ଆଦାୟ ମାମଲା, ୪ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ |

Spread the love

ବାଲେଶ୍ୱରରେ ବନ୍ଧୁକ ମୁନରେ ଦାଦାବଟି ଆଦାୟ ମାମଲାରେ ୪ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ । ଅଭିଯୁକ୍ତଙ୍କଠାରୁ ଏକ ପିସ୍ତଲ, ଗୋଟିଏ ଗୁଳି, ୩ଟି ଧାରୁଆ ଖଣ୍ଡା ଏବଂ ନଗଦ ୩,୫୦୦ ଟଙ୍କା ଜବତ କରିଛି କରିଛି ବାଲେଶ୍ୱର ସଦର ପୋଲିସ। ଦୀର୍ଘଦିନ ଧରି ସଦର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଦାଦାବଟି ଆଦାୟ କରୁଥିଲେ ୪ ଅଭିଯୁକ୍ତ ।

ସଦର ଥାନା ଓ ଗୁଡଦା ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ ।

ଗିରଫ ଅଭିଯୁକ୍ତ ହେଲେ ଜୟରାମ ଦାସ ଓରଫ ଜୟ, ରାକେଶ ଦାସ ଓରଫ ତିତୁଆ, ବିକି ଦାସ ଓରଫ ମିତା ଏବଂ ମନୋଜ ବେହେରା ଓରଫ ନାୱା । ଜୟ ନାଁରେ ପୂର୍ବରୁ ହତ୍ୟା ଉଦ୍ୟମ ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଭଳି ୩ଟି ମାମଲା ରହିଛି। ଗତ ୨୨ ଏପ୍ରିଲ ସକାଳ ପ୍ରାୟ ୧୧ଟାରେ ଗୁଡଦା ଛକ ନିକଟରେ ଏକ ନିର୍ମାଣ ସ୍ଥଳୀରେ କିଛି ଦୁର୍ବୃତ୍ତ ମାରଣାସ୍ତ୍ର ଧରି ପହଞ୍ଚିଥିଲେ।

ସେଠାରେ ଉପସ୍ଥିତ ଥିବା ସୁପରଭାଇଜରଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ୧୦ହଜାର ଟଙ୍କା ଦାଦାବଟି ମାଗିଥିଲେ। ଜୋରଜବରଦସ୍ତି ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏନେଇ ପ୍ରଦୀପ କୁମାର ପରିଡାଙ୍କ ଅଭିଯୋଗକ୍ରମେ ସଦର ଥାନା କେସ୍ ନମ୍ବରରେ ମାମଲା ରୁଜୁ ହୋଇଥିଲା। ବାଲେଶ୍ଵର ସଦର ଏଡିପିଓ ଶୁଭ୍ରାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ପୋଲିସ ଏନେଇ ତଦନ୍ତ କରୁଥିଲା। ବର୍ତ୍ତମାନ ପୋଲିସ ଏହି ଘଟଣାରେ ଅଧିକ ଖୋଳତାଡ଼ ଜାରି ରଖିଛି।

error: Content is protected !!