April 28, 2026

Now Odisha

Now Odisha

ଖରାରୁ ବଞ୍ଚାଇବ ପିଆଜ; ଟିପ୍ସ ଦେଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ |

Spread the love

ନୂଆଦିଲ୍ଲୀ: ପ୍ରବଳ ଗ୍ରୀଷ୍ମ ପ୍ରବାହ ରେକର୍ଡ ଭାଙ୍ଗିବାରେ ଲାଗିଛି। ପ୍ରତ୍ୟେକ ଦିନ ପୂର୍ବ ଅପେକ୍ଷା ଅଧିକ ଗରମ ଅନୁଭୂତ ହେଉଛି। ଏହାକୁ ନେଇ ଟିପ୍ସ ଦେଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ

ଦେଶର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ଯଦି ଲୋକମାନେ ପକେଟରେ ପିଆଜ ଧରି ଘରୁ ବାହାରନ୍ତି, ତେବେ ଲୁ ଲାଗିବ ନାହିଁ।

ଏପରିକି ସେମାନେ ହିଟ୍ ଷ୍ଟ୍ରୋକ୍‌ର ଶିକାର ହେବେ ନାହିଁ।

ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାରେ ଏକ ସାଧାରଣ ସଭାରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦାବି କହିଛନ୍ତି ଯେ ତାଙ୍କ ଗାଡ଼ିରେ ଏସି ନାହିଁ, କିମ୍ବା ସେ ଏୟାର କଣ୍ଡିସନ୍ ପରିବେଶରେ ବସୁନାହାଁନ୍ତି। କିନ୍ତୁ ଜୁନ୍ ମାସର ୫୧ ଡିଗ୍ରୀ ଗରମ ମଧ୍ୟ ତାଙ୍କର କୌଣସି କ୍ଷତି କରିପାରିବ ନାହିଁ କାରଣ ସେ ପକେଟରେ ପିଆଜ ରଖନ୍ତି।

ସେ ଆହୁରି ମଧ୍ଯ କହିଛନ୍ତି, ‘ଆମେ ପ୍ରାଚୀନ ଜିନିଷ ଏବଂ ଆୟୁର୍ବେଦକୁ ଭୁଲିବା ଉଚିତ୍ ନୁହେଁ। ଜୁନ୍ ମାସରେ ତାପମାତ୍ରା ୫୧ ଡିଗ୍ରୀ ହେଲେ ମଧ୍ୟ ମୁଣ୍ଡ ଉପରେ ଏକ କପଡ଼ା ପିନ୍ଧନ୍ତୁ ଏବଂ ପକେଟରେ ପିଆଜ ରଖନ୍ତୁ। କିଛି ହେବ ନାହିଁ।’

error: Content is protected !!