ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀଠାରେ ପରେଡରେ ଚଳିତ ଥର ସ୍ଥାନ ପାଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ହୋଇଛି


ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀଠାରେ ପରେଡରେ ଚଳିତ ଥର ସ୍ଥାନ ପାଇଥିବା ଓଡ଼ିଶାର ପ୍ରଜ୍ଞାପନ ମେଢ଼ ପ୍ରଥମ ହୋଇଛି । ନାରୀ ସଶକ୍ତିକରଣ ଉପରେ ଆଧାରିତ ହୋଇଥିଲା ଓଡ଼ିଶାର ପ୍ରଜ୍ଞାପନ ମେଢ । ଏହାକୁ ବିଚାରକ ମଣ୍ଡଳି ଦ୍ବାରା ଶ୍ରେଷ୍ଠ ବିବେଚନା କରାଯାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୂଚୀରେ ଗୁଜରାଟ ଦ୍ବିତୀୟ ସ୍ଥାନରେ ରହିଥଥିବାବେଳେ ତାମିଲନାଡୁ ତୃତୀୟ ସ୍ଥାନରେ ରହିଛି ।


error: Content is protected !!