ସେଵା ପାଇଁ ସମ୍ବର୍ଦ୍ଧିତ


ପୋଲିସ ଡିଜି ଅରୁଣ ଷଡଙ୍ଗୀ ଛାତିରେ ଲଗାଇ କୁଣ୍ଢାଇ ଧରିଲେ ଧନି ନାୟକଙ୍କୁ।ଧନି ନାୟକ ଜଣେ ଝାଡୁଦାର ଭାବେ କାମ କରୁଥିଲେ।ଗତ ୩୧ତାରିଖରେ ଧନି ମଉସା ଚାକିରୀରୁ ଅଵସର ନେଲେ।ଶେଷ କର୍ମ ସ୍ଥଳ ଥିଲା କଟକ ତୁଳସୀପୁର ପୋଲିସ କଲୋନୀ ଡାକ୍ତରଖାନା।ଅଵସର ଦିନ ଅରୁଣ ଷଡଙ୍ଗୀ ସ୍ବତନ୍ତ୍ର ଭାବେ ଡକେଇଲେ ଧନି ମଉସାଙ୍କୁ। ତାଙ୍କର ଭଲ ମନ୍ଦ ପଚାରି ଵୁଝିଲେ।ସେଵା ପାଇଁ ସମ୍ବର୍ଦ୍ଧିତ କଲେ।ଆଉ ତା ପରେ ଧନି ମଉସା ଯେତେବେଳେ ଡ଼ିଜିଙ୍କ ଗୋଡ ଛୁଇଁ ଵିଦାୟ ନେବାକୁ ଯାଉଥିଲେ, ସେତେବେଳେ ଗୋଡ ଛୁଇଁବାକୁ ନଦେଇ ଡିଜି ତାଙ୍କୁ ଉଠାଇ ନେଇ ଛାତିରେ ଲଗାଇ କୁଣ୍ଢାଇ ଧରିଲେ। ଏଇଟା ହିଁ ଜଣେ ଭଲ ଅଧିକାରୀଙ୍କ ପରିଚୟ। ଅରୁଣ ଷଡ଼ଙ୍ଗୀଙ୍କ ଏହି ଛୋଟିଆ କାମଟି ଏକଥା ସ୍ପଷ୍ଟ କହୁଛି ଯେ,ଆପଣ ଯେତେ ଵଡ ପଦ ପଦବୀରେ ଥାଆନ୍ତୁ ନାଁ କାହିଁକି, ସାଥିରେ କାମ କରୁଥିଵା ଅନ୍ୟ କର୍ମଚାରୀ ମାନଙ୍କୁ ସହକର୍ମୀ ଭୋଲି ଭାଵିଵା ଆଉ କୌଣସି କାମ ଛୋଟ ଵା ଵଡ ନୁହେଁ।ସଵୁ କାମକୁ,ସଵୁ ସହକର୍ମୀଙ୍କୁ ସମ୍ମାନ ଦେଵା ଜଣେ ଭଲ ମଣିଷର ପରିଚୟ। ସାଧାରଣ ଲୋକଙ୍କ ସହ ପୋଲିସ କର୍ମଚାରୀ, ଅଧିକାରୀ ମାନେ ଏହାକୁ ଅନୁକରଣ କଲେ କର୍ମକ୍ଷେତ୍ରରେ ଭଲ ଵାତାଵରଣ ସୃଷ୍ଟି ହେଇପାରନ୍ତା।


error: Content is protected !!