ପଣ୍ଡା ଖାଦାନ ନିକଟରୁ ଅଜଗର ଉଦ୍ଧାର


ନୀଳଗିରି:(ବିମଳ କୁମାର ଦଳେଇ):- ନୀଳଗିରି ୧୧ନଂ ୱାଡ୍ ନିକଟ ଷ୍ଟେସନ୍ ସାହୀ ପଣ୍ଡାଖାଦାନ ନିକଟରେ ବାସ କରୁଥିବା ସୁବ୍ରତ୍ ପଣ୍ଡା ଙ୍କ ଶୋଇବା ଘରୁ ଏକ ୫ ଫୁଟ୍ ଲମ୍ବର ଅଜଗର ସାପ ଦେଖିବାକୁ ମିଳିଥିଲା। ସାପଟି ଶ୍ରୀ ପଣ୍ଡାଙ୍କ ଖଟ ନିକଟ ଥାକ ରେ ମୁଣ୍ଡୁଳା ମାରି ରହିଥିଲା । ଏହା ଦେଖି ପରିବାର ଲୋକେ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ହରେକୃଷ୍ଣ ରାଉତଙ୍କୁ ଖବର ଦେଇଥିଲେ। ଖବର ପାଇ ଶ୍ରୀ ରାଉତ ସାପଟିକୁ ସୁରକ୍ଷିତଭାବେ ଉଦ୍ଧାରକରି ନିକଟସ୍ଥ କୁଲଡ଼ିହା ବନ୍ୟପ୍ରାଣୀ ଅଫିସ୍ ରେ ହସ୍ତାନ୍ତର କରିଥିଲେ ।ପରେ ଅଫିସ୍ ତରଫରୁ ସାପଟିକୁ କୁଲଡ଼ିହା ଅଭୟାରଣ୍ୟରେ ଛାଡ଼ି ଦିଆଯାଇଛି।


error: Content is protected !!