ଆମ ଓଡିଶା ନବୀନ ଓଡିଶା


ବାଲିପାଟଣା ରାଜ୍ୟ ସରକାରଙ୍କ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ଗ୍ରାମାଅଞ୍ଚଳ ଭିତିଭୂମିର ବିକାଶ ରାଜ୍ୟ ସରକାର ପ୍ରୟାସ ଜାରି ରଖିବାକୁ ଜାଇ ପଞ୍ଚାୟତ ସ୍ତରୀୟ ସଚେତନ ଶିବିର ଅନୁଷ୍ଠିତ କରିବାକୁ ଧାର୍ଯ୍ୟ କରାଯାଇଛି।ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ଦେଉଳିଧଳ ପୁର ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଓଡିଶାର ପୁରୁଣା ସଂସ୍କୃତିକୁ ବଞ୍ଚାଇବା ପାଲା,ଦାସକାଠିଆ,ସଂକ୍ରିତନ,ମାଧ୍ୟମରେ ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକଙ୍କୁ ଅବଗତ କରାଇବା।ଏହି କାର୍ଯ୍ୟକ୍ରମକୁ ଦେଉଳିଧଳ ପୁରପଞ୍ଚାୟତ ଅଧିକାରୀ ସଞ୍ଜୟ କୁମାର ବାରିକଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା। ମୁଖ୍ୟ ଅତିଥିଭାବେ ବ୍ଲକ ଅଧିକାରିଣୀ ସ୍ମୃତି ପ୍ରଜ୍ଞା ପ୍ରିୟଦର୍ଶିନୀ ଓ ଦେଉଳିଧଳ ପୁର ସମିତି ସଭ୍ୟା ସୌଭାଗ୍ୟଲଷ୍ମୀ ସୁଭଦର୍ଶନୀ ଯୋଗ ଦେଇଥିଲେ।ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ।ମୁଖ୍ୟ ଅତିଥିଙ୍କୁ ଦେଉଳିଧଳ ପୁର ନାୟବ ସରପଞ୍ଚ କବିତା ଜେନା ଓତରୀୟ ପୁଷ୍ପଗୁତ୍ସା ଦେଇ ସନମାନୀତ କରିଥିଲେ।ଏଥି ମଧ୍ୟରେ ଅତିଥିଭାବେ ଯୋଗ ଦେଇଥିଲେ।WO. Afo. Olm ଓ ଯୋଗାଣ ଅଧିକାରୀ ନେତ୍ରାନନ୍ଦ ବେହେରା,ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ କେଶ୍ବରୀ ଦାଶ ଓ ବାଲିପାଟଣା ବ୍ଲକ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ସଭ୍ୟା ଯୋଗ ଦେଇଥିଲେ।ଶେଷରେ ପୃବତନ ସମିତି ସଭ୍ୟ ହେମନ୍ତ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


error: Content is protected !!