ସୋର : ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ୍। ଏଥିରୁ ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂହ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାଲି ଗାଡିକୁ ଗୋଡାଇବା ବେଳେ ଧକ୍କା ଦେଇଥିଲା ଟ୍ରକ। ୧୬ ନମ୍ବର ଜାତୀୟ ରାଜପଥରେ ଗାଡି ଯାଞ୍ଚ ବେଳେ ଖସିବାକୁ ଉଦ୍ୟମ କରୁଥିଲା ଟ୍ରକ। ଦ୍ରୁତ ଗତିରେ ଆସୁଥିବା ଟ୍ରକ ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଥିଲା।
ବାଲି ବୋଝେଇ ଟ୍ରକକୁ ପିଛା କରିଥିଲା ଅତିରିକ୍ତ ତହସିଲଦାରଙ୍କ ଗାଡି। ଏହି ସମୟରେ ଟ୍ରକଟି ନଅଟକିବାରୁ ଅତିରିକ୍ତ ତହସିଲଦାରଙ୍କ ଗାଡି ଓଭରଟ୍ରେକ୍ କରିଥିଲା। ଏହି ସମୟରେ ଟ୍ରକଟି ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଛି ପୁଲିସ। ଘଟଣାର ତଦନ୍ତ ଜାରି ରହିଛି।

More Stories
IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ
ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର