କୋରାପୁଟ: ମାଟି ଅତଡ଼ା ତଳେ ଚାପି ହୋଇ ଜଣେ ମହିଳା ପ୍ରାଣ ହରାଇଥିଲା ବେଳେ ଦୁଇ ଜଣ ମହିଳା ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାଟି କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ନୀଳ ଦୋରାପୁଟ ଗାଁର। ଦୁଇ ଗୁରୁତର ମହିଳା ହସ୍ପିଟାଲରେ ଚିକିତ୍ସାଧୀନ। ମୃତ ମହିଳା ହେଲେ ମାଳିବେଲଗାଁ ନିବାସୀ ଗୁପ୍ତେଶ୍ୱରି ଚୁଡ଼ିଆ। ଗାଁର ୫ ଜଣ ମହିଳା ନିକଟ ଜଙ୍ଗଲରୁ ଧଳା ମାଟି ଆଣିବା ପାଇଁ ଯାଇଥିଲେ।
ମାଟି ଖୋଳିବା ସମୟରେ ହଠାତ୍ ମାଟି ଅତଡ଼ା ଖସି ପଡ଼ିଥିଲା। ତିନିଜଣ ମାଟି ଭିତରେ ଫସି ହୋଇ ରହିଯାଇଥିଲେ। ଗାଁ ଲୋକମାନେ ଦୁଇଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଜଣେ ମହିଳା ମାଟିରେ ପୋତି ହୋଇଯାଇଥିଲେ। ଖବର ପାଇ ନନ୍ଦପୁର ପୁଲିସ ଓ ଅଗ୍ନିଶମ ବିଭାଗ ଦୁର୍ଘଟଣା ସ୍ଥାନରେ ପହଂଚି ମହିଳାଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ। ମାତ୍ର ସେତେବେଳକୁ ଗୁପ୍ତେଶ୍ୱରୀ ଜୀବିତ ନଥିଲେ।

More Stories
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ଗୁଜବ ପାଇଁ ଟ୍ରେନ୍ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ
ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ