ଲାଞ୍ଜିଗଡ଼,୧/୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବସନ୍ତପଡା ପଞ୍ଚାୟତର ବସନ୍ତପଡ଼ା ଗ୍ରାମ ପରିସର ଠାରେ ଅନୁଷ୍ଠିତ ଷୋହଳ ପ୍ରହରୀ ନାମଯଜ୍ଞ ଶୁକ୍ରବାର ନଗର ସଂକୀର୍ତ୍ତନ ଓ ଦଧି ହାଣ୍ଡି ଭାଙ୍ଗିବା ସହିତ ଉଦଯାପିତ ହୋଇଯାଇଛି I ୨୮ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଏଥିପାଇଁ
ସିନ୍ଧିବାହାଲି ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା I ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସଭାପତି ରାଜେନ୍ଦ୍ର ମାଳିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କଳସ ଶୋଭାଯାତ୍ରା ହଜାର ହଜାର ମହିଳା ଭକ୍ତ ସାମିଲ ହୋଇଥିଲେ I ଶୁଭକଳସ ସ୍ଥାପନ ସହ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ୨୯ ତାରିଖ ବୁଧବାର ଦିନ ସକାଳ ୭ ଘଣ୍ଟା ୨୫ ମିନିଟ ସମୟରେ ନାମଯଜ୍ଞର ମହାମନ୍ତ୍ର କାର୍ଯ୍ୟାରମ୍ଭ କରାଯାଇଥିଲା I ଏଥିରେ କର୍ତ୍ତା ଭାବେ ରାଜେନ୍ଦ୍ର ମାଳି ଓ ଧର୍ମପତ୍ନୀ ପୂଲସ୍ଟି ମାଳି, ସହକର୍ତ୍ତା ଭାବେ ଭୁଜେନ୍ଦ୍ର ନାଏକ ଓ ଧର୍ମପତ୍ନୀ ଭଗବତୀ ନାଏକ ଦାୟିତ୍ବ ତୁଲାଉଥିବା ବେଳେ ପୂଜକ ଭାବେ କୈଳାସ ଚନ୍ଦ୍ର ଦାସ, ପ୍ରଶାନ୍ତ କୁମାର ଦାସ, ନିରଜ କୁମାର ଦାସ, ସନ୍ତୋଷ କୁମାର ଆଚାର୍ଯ୍ୟ, ମନିସ କୁମାର ମିଶ୍ର ପ୍ରମୁଖ ଦାୟିତ୍ବ ତୁଲାଇ ଥିଲେ I ଏହି ଷୋହଳ ପ୍ରହର ନାମଯଜ୍ଞରେ ବସନ୍ତପଡା ସମେତ ବିଭିନ୍ନ ଅଞ୍ଚଳର ୯ ଗୋଟି ସଂକୀର୍ତ୍ତନ ଦଳ ସାମିଲ ହେଇଥିଲେ I ୧ ତାରିଖ ଶୁକ୍ରବାର ସକାଳ ୭ ଘଣ୍ଟା ୨୫ ମିନିଟ ସମୟରେ ନାମ ସମାପ୍ତ ହୋଇଥିଲା ଏବଂ ଦଧି ହାଣ୍ଡି ଭାଙ୍ଗିବା ପରେ ସଂକୀର୍ତ୍ତନ ଦଳ ସହିତ ହଜାର ହଜାର ଶ୍ରଦ୍ଧାଳୁ ନଗର ସଂକୀର୍ତ୍ତନ କରି ଲାଞ୍ଜିଗଡ ସହର ପରିକ୍ରମା କରିଥିଲେ I ଷୋହଳ ପ୍ରହର ନାମଯଜ୍ଞ ପରିସରରେ ୨ ଦିନ ଧରି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଓ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଷୋହଳ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ସମସ୍ତ ସଦସ୍ୟ ଏବଂ ଲାଞ୍ଜିଗଡ, ବସନ୍ତ ପଡା ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

More Stories
ଗ୍ୟାରେଜ୍ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା
ଗୁଜବ ପାଇଁ ଟ୍ରେନ୍ରୁ ଡେଇଁ ପଡ଼ିଲେ ଯାତ୍ରୀ, ୪ ଜଣଙ୍କ ମୃତ୍ୟୁ
ପୂର୍ବ ଶତ୍ରୁତାରୁ ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ! ଗାଁ ମେଡ଼ିକାଲ ଛକରେ ଠିଆ ହୋଇଥିଲେ, କାରରେ ଆସି ହାଣି ଚାଲିଲେ