June 21, 2026

Now Odisha

Now Odisha

ସଡ଼କ ଦୁର୍ଘଟଣାରେ ପତି ଗୁରୁତର,ପତ୍ନୀ ମୃତ|

Spread the love

ଘଟଗାଁ ଥାନା ନିକଟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା । ଘଟଗାଁ ଥାନା ଗଦାଧରପୁର ଗ୍ରାମର ସୁରେଶ ବେହେରା ଓ ତାଙ୍କ ପତ୍ନୀ ପୁର୍ଣିମାଙ୍କ ସହିତ ଏକ ବାଇକ ନମ୍ବର OD02R 7188 ଯୋଗେ ଘଟଗାଁରୁ ଘରକୁ ଫେରୁଥିବ ବେଳେ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଏକ କାର ନମ୍ବରOD02K8038 ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା।

ଫଳରେ ମୁଣ୍ଡରେ ମାଡ଼ ହୋଇ ପ୍ରବଳ ରକ୍ତସ୍ରାବ ଯୋଗୁଁ ପୁର୍ଣିମାଙ୍କର ମୃତ୍ୟୁ ହୋଇଯାଇ ଥବାବେଳେ ଗୁରୁତର ସୁରେଶ ସ୍ଥାନୀୟ ଡାକ୍ତରଖାନରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନକୁ ସ୍ଥାନାନ୍ତର ହୋଇଥିବା ଜଣା ପଡ଼ିଛି । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।

error: Content is protected !!