କଟକ ଜିଲ୍ଲା କଟକ ସହର ମଧୁପାଟଣା ଥାନା ଅଧୀନ ନୂଆପଡା ବାଲିସାହି ଅଞ୍ଚଳରେ ଜଣେ ୭ ବର୍ଷୀୟ ନାବାଳିକା ଶିଶୁ କନ୍ୟାଙ୍କୁ ଅତି ଅମାନୁଷିକ ଭାବରେ ଗଣ ବଳାତ୍କାର କରିବା ଘଟଣାରେ ମାନ୍ୟବର କମିଶନ ହସ୍ତକ୍ଷେପ କରି ଦୋଷୀ ବିରୁଦ୍ଧରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନେବା ସାଙ୍ଗେ ସାଙ୍ଗେ ସମ୍ପୃକ୍ତ ନାବାଳିକାର ଉଚ୍ଚ ସ୍ତରୀୟ ଚିକିତ୍ସା ଯୋଗେଇ ଦେବା ସାଙ୍ଗେ ସାଙ୍ଗେ ସମ୍ପୃକ୍ତ ନାବାଳିକାର ପରିବାରକୁ କ୍ଷେତ୍ତି ପୂରଣ ବାବଦକୁ ୫୦,୦୦୦,୦୦ (ପଚାଶ ଲକ୍ଷ ଟଙ୍କା) କ୍ଷେତ୍ତି ପୂରଣ ଯୋଗେଇ ଦେବା ପାଇଁ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଏନ.ଏଚ.ଆର.ସି କେଶ ନମ୍ବର ୨୫୮୨/୨୦୨୪ ରେ କେଶ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |ଏହି ମାମଲାରେ ଡିସିପି କଟକ , ଡିଜି ପୋଲିସ ଓଡିଶା, ଗୃହ ସଚିବ ଓଡିଶା, ମୁଖ୍ୟମନ୍ତ୍ରୀ ଓଡିଶାଙ୍କୁ ପକ୍ଷଭୁକ୍ତ କରାଯାଇଛି |


error: Content is protected !!