ଶ୍ରୀ ଜଗନ୍ନାଥ ବଳରାମ ମା’ ତାରିଣୀ ବଟ ଗଣେଶ


ଗଜପତି ପୁରୁଷୋତ୍ତମ ଦେବ ଦାକ୍ଷିଣାତ୍ୟ ଯୁଦ୍ଧ ଅଭିଯାନରେ ବାହାରି ବିଜୟ ନଗର ଆକ୍ରମଣ କରି ପରାଜିତ ହୋଇଥାନ୍ତି l ମନରେ ଦୁଃଖ ଓ ଗ୍ଲାନି- କିପରି ଓଡ଼ିଆ ଜାତିର ଗୌରବ ପୁନଃ ପ୍ରତିଷ୍ଠା ହେବ !! ଅନେକ ବିଚାର ବିମର୍ଷ କରି ପରବର୍ଷ ଯୁଦ୍ଧରେ ବାହାରିଲେ l ମା’ଙ୍କର ପରାମର୍ଶରେ ଏଥର ମହାପ୍ରଭୁ ଜଗନ୍ନାଥଙ୍କର ଶରଣାପନ୍ନ ହୋଇ ବିଜୟୀ ହେବାକୁ ନିଉଛାଳି ହେଲେ lଭକ୍ତ ଗୌରବ ରକ୍ଷାପାଇଁ ମହାପ୍ରଭୁ ଜଗନ୍ନାଥ ବଳରାମ ଦୁଇଭାଇ କଳାଘୋଡା ଧଳାଘୋଡାରେ ଚଢି ଯୁଦ୍ଧକୁ ବାହାରିଲେ l ବାଟରେ ଶୋଷ ଲାଗିବାରୁ ମାଣିକ ଗଉଡ଼ୁଣୀଠାରୁ ଘୋଳ ଦହି ପିଇଲେ l ପାଖରେ ମୁଦ୍ରା ନଥିବାରୁ ରତ୍ନମୁଦି ଦେଇ ଦୁଇଭାଇ ଜଗନ୍ନାଥ ବଳରାମ କହିଥିଲେ- ଯେ ଆମ ରାଜା ପଛରେ ଆସୁଛନ୍ତି , ତାଙ୍କୁ ମୁଦି ଦେଖାଇ ତାଙ୍କ ଠାରୁ ଦହିର ମୂଲ୍ୟ ନେବ lପରେ ରାଜା ପୁରୁଷୋତ୍ତମଙ୍କୁ ମାଣିକ ଗଉଡ଼ୁଣୀ ରତ୍ନମୁଦି ଦେଖାଇବାରୁ ସେ କହିଲେ, ମାଣିକ ତୁ ଧନ୍ୟ l ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ବଳରାମ ତୋ ଠାରୁ ଦହି ପିଇଲେ l ଏ ରତ୍ନମୁଦି ଜଗନ୍ନାଥ ଙ୍କର l ତୁ କାଲି ସକାଳ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ ଯେତେବାଟ ଚାଲିବୁ ତାହା ତୋର ମାଲିକାନା ହେବ ଓ ତାହା ମାଣିକ ପାଟଣା ନାଁରେ ବିଖ୍ୟାତ ହେବ l ତାହାହିଁ ହେଲା lପୁରୁଷୋତ୍ତମଙ୍କର ଓଡ଼ିଆ ସୈନ୍ୟ ବାହିନୀ ଜଗନ୍ନାଥଙ୍କ ଆଶୀର୍ବାଦରେ ଦ୍ବିଗୁଣ ଉତ୍ସlହରେ ଯୁଦ୍ଧ କରି ଜୟଲାଭ କଲେ l ବିଜୟନଗର ରାଜା ସାଲ୍ଵ ନରସିଂହ ହାରିଲେ ଓ ତାଙ୍କ କନ୍ୟା ପଦ୍ମାବତୀଙ୍କୁ ଗଜପତି ପୁରୁଷୋତ୍ତମ ବିବାହ କଲେ l ସେଠାରୁ ଗଣେଶ ଓ ମା’ ତାରିଣୀଙ୍କୁ ଆଣିଲେ l ଗଣେଶ ଶ୍ରୀମନ୍ଦିର ବଟ ଗଣେଶ ରୂପେ ଓ ମା’ ତାରିଣୀ ଘଟଗାଁ ଠାରେ ପୂଜା ପାଉଛନ୍ତି lଜୟ ମା’ ତାରିଣୀ, ଶ୍ରୀ ଗଣେଶ lଜୟ ଶ୍ରୀ ଜଗନ୍ନାଥ ବଳରାମ lଓଁ ନମୋ ଭଗବତେ ବାସୁଦେବାୟ l


error: Content is protected !!