May 23, 2026

Now Odisha

Now Odisha

ଜମି ବିବାଦ ଗୋଷ୍ଠୀ ସଂଘର୍ଷ: ପୂର୍ବତନ ବିଜେଡି ବ୍ଲକ ସଭାପତିଙ୍କ ସମେତ ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡ|

Spread the love

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍‌ର ନେଉରା ପଞ୍ଚାୟତ ବାଉଁଶବେଡ଼ାଠାରେ ସରକାରୀ ଜମିକୁ କେନ୍ଦ୍ର କରି ହୋଇଥିବା ତ୍ରିପଲ୍ ମର୍ଡର (୩ ଜଣଙ୍କ ହତ୍ୟା) ମାମଲାରେ କୋର୍ଟ ଆଜି ଏକ ବଡ଼ ରାୟ ଶୁଣାଇଛନ୍ତି। ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ସୁନୀତା ପଟ୍ଟନାୟକ ଏହି ଘଟଣାରେ ପୂର୍ବତନ ବ୍ଲକ୍ ବିଜେଡି ସଭାପତି ଦେବୀସିଂ ମାଝୀଙ୍କ ସମେତ ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଘଟଣାର ପୃଷ୍ଠଭୂମି: ୨୭ ଜୁନ୍ ୨୦୧୬ରେ ବାଉଁଶବେଡ଼ା ଗ୍ରାମର ବଳରାମ ହରିଜନ ଏକ ସରକାରୀ ଜମିରେ ଚାଷ କରିଥିଲେ, ଯାହାକୁ ସ୍ଥାନୀୟ ଆଦିବାସୀମାନେ ବିରୋଧ କରି ବନୀକରଣ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ବଳରାମ ଚାରାଗଛ ଓପାଡ଼ି ଦେବା ସହ ବିରୋଧ କରିବାକୁ ଆସିଥିବା ଗ୍ରାମବାସୀ ଗୁରୁବାରୁ ଭତ୍ରା ଓ ଫଗୁଣୁ ଭତ୍ରାଙ୍କୁ ଆକ୍ରମଣ କରି ହତ୍ୟା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ବଳରାମଙ୍କ ଘରେ ନିଆଁ ଲଗାଇ ତାଙ୍କୁ ପିଟିପିଟି ମାରି ଦେଇଥିଲେ।

କୋର୍ଟଙ୍କ ରାୟ: ଏହି ସଂଘର୍ଷକୁ ନେଇ ରୁଜୁ ହୋଇଥିବା ୨ଟି ପୃଥକ୍ ମାମଲାର ବିଚାର କରି କୋର୍ଟ ଆଜି ଦେବୀସିଂ ମାଝୀ, ଦୟା ଭତ୍ରା, ଦେବନାଥ କୁମ୍ଭାର ଓ ଅନ୍ୟମାନଙ୍କ ସମେତ ମୋଟ ୧୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଶୁଣାଣି ସମୟରେ କୋର୍ଟରେ ୧୬ ଜଣ ଉପସ୍ଥିତ ଥିବା ବେଳେ ପୂର୍ବତନ ବ୍ଲକ ସଭାପତି ଶ୍ରୀ ମାଝୀଙ୍କ ସମେତ ୨ ଜଣ ଅନୁପସ୍ଥିତ ଥିଲେ। ସରକାରଙ୍କ ପକ୍ଷରୁ ଓକିଲ ଅଶୋକ କୁମାର ପାଢ଼ୀ ଏହି ମାମଲା ପରିଚାଳନା କରୁଥିଲେ।

error: Content is protected !!