May 23, 2026

Now Odisha

Now Odisha

ବହୁ ଚର୍ଚ୍ଚିତ ବାଉଁଶବେଡ଼ା ହତ୍ୟା ଓ ଘରପୋଡ଼ି ମାମଲା, ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ |

Spread the love

ଉମରକୋଟ : ବହୁ ଚର୍ଚ୍ଚିତ ବାଉଁଶବେଡ଼ା ହତ୍ୟା ଓ ଘରପୋଡ଼ି ଘଟଣାରେ ୧୯ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ । ଉମରକୋଟ ଅତିରିକ୍ତ ଜିଲ୍ଲା ଦୌରାଜଜ କାରଦଣ୍ଡାଦେଶ ଶୁଣାଇଛନ୍ତି । ନବରଙ୍ଗପୁର ଜିଲ୍ଲ ଉମରକୋଟ ବ୍ଲକ ଅନ୍ତର୍ଗତ ବାଉଁଶବେଡ଼ା ଗାଁରେ ୨ ଟି ପୃଥକ୍ ମାମଲାରେ କାରାଦଣ୍ଡଦେଶ ହୋଇଛି । ୨୦୧୬ ମସିହାରେ ବାଉଁଶବେଡ଼ା ଗ୍ରାମର ବଳରାମ ହରିଜନ ଏକ ଜମିଜମା ସଂପର୍କିତ ଘଟଣାରେ ତିନି ଜଣଙ୍କୁ ହତ୍ୟା କରିଥିଲେ ।

ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ବଳରାମ ହରିଜନଙ୍କୁ ବାହାର ପଟୁ କବାଟ ବନ୍ଦ କରି ଘରେ ନିଆଁ ଲଗାଇ ଦେଇଥିଲେ । ସେ ଖସି ଯିବାକୁ ଚେଷ୍ଟା କଲା ବେଳେ ତାଙ୍କୁ ହତ୍ୟା କରିଥିଲେ । ଏହି ଘଟଣାରେ ଉମରକୋଟ ଥାନାରେ ୨ ଟି ପୃଥକ୍ ମାମଲା ରୁଜୁ ହେଇଥିଲା । ୨ ଟି ମାମଲାରେ ୧୯ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜି ଶୁଣାଣି ସମୟରେ ୧୬ ଜଣ କୋର୍ଟ ରେ ଉପସ୍ଥିତି ଥିଲେ । ସମସ୍ତଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

error: Content is protected !!