ଚଳିତବର୍ଷ ମେ ୨୬ ତାରିଖରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କରିଥିବା ପୂର୍ବାନୁମାନ ଭୁଲ୍ ପ୍ରମାଣିତ ହୋଇଛି। ପ୍ରତିବର୍ଷ ଜୁନ୍ ୧ ତାରିଖ ପାଖାପାଖି ମୌସୁମୀ କେରଳମ୍ ଛୁଇଁଥାଏ। ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରଥମେ କେରଳମ୍କୁ ବର୍ଷା ଆଣିଥାଏ ଏବଂ ତା’ପରେ ଉତ୍ତର ଦିଗକୁ ଓ ଅନ୍ୟ ରାଜ୍ୟ ଆଡ଼କୁ ଯାତ୍ରା ଆରମ୍ଭ କରିଥାଏ।ଯାହା ଭାରତର ବାର୍ଷିକ ବୃଷ୍ଟିପାତର ପ୍ରାୟ ୭୦% ପ୍ରଦାନ କରିଥାଏ। ବର୍ତ୍ତମାନ ପାଣିପାଗ ବିଶ୍ଳେଷଣରୁ ଜଣାପଡ଼ିଛି ଯେ ଏଥର ଏହା ଜୁନ୍ ୨-୪ ମଧ୍ୟରେ କେରଳମ୍ରେ ପହଞ୍ଚିବ।ଆଇଏମ୍ଡି ଆନୁଷ୍ଠାନିକ ଭାବେ ମୌସୁମୀ ପ୍ରବେଶ ବିଷୟରେ ଘୋଷଣା କରିବା ପାଇଁ ସୋମବାର ସୁଦ୍ଧା ଆବଶ୍ୟକ ମାନଦଣ୍ଡ ପୂରଣ ହୋଇ ନଥିବା କହିଛି। ଆସୁଥିବା ମୌସୁମୀର ସଦ୍ୟତମ ବିଶ୍ଳେଷଣରୁ ଏହା ମଧ୍ୟ କୁହାଯାଇଛି ଯେ ମୌସୁମୀ ଆସିଲେ ଏହାର ପ୍ରାରମ୍ଭିକ ତୀବ୍ରତା ଅସ୍ପଷ୍ଟ ହୋଇପାରେ। ତେବେ କେରଳମ୍ରେ ପ୍ରାକ୍-ମୌସୁମୀ ବର୍ଷା ଆରମ୍ଭ ହୋଇସାରିଛି। ତିରୁଅନନ୍ତପୁରମ୍, କୋଲ୍ଲମ, ଆଲାପୁଝା ଓ ଏର୍ଣ୍ଣାକୁଲମ୍ ସମେତ ଚାରିଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ପାଇଁ ଆଇଏମ୍ଡି ୟେଲୋ ଆଲର୍ଟ ଜାରି କରିଛି।

More Stories
ଭୁବନ ରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର |
ବିଜୁ ମହିଳା ଜନତା ଦଳର ନାରୀ ଅଧିକାର ଅଭାଯାନ ବିକ୍ଷୋଭ ସମାବେଶ |
ନାବାଳିକାକୁ ଦୁଷ୍କର୍ମ ମାମଲା: ୨ ଗିରଫ