ରାଜ୍ୟରେ ଆଜି ବି ଆକାଶରୁ ନିଆଁବର୍ଷା ଜାରି ରହିଥିଲା। ଉପକୂଳର ଗୁଳୁଗୁଳି ଅଂଶୁଘାତ ସମ୍ଭାବନାକୁ ବଢ଼ାଉଥିଲା। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଏଭଳି ଗ୍ରୀଷ୍ମପ୍ରବାହ ଜାରି ରହିବ। ଆଜି ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ ଝାରସୁଗୁଡ଼ାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିଲା। ବଲାଙ୍ଗୀର ଓ ସମ୍ବଲପୁରର ଉତ୍ତପ୍ତ ରାତି ଜନଜୀବନକୁ ଅସହ୍ୟ ଯନ୍ତ୍ରଣା ଦେଉଥିଲା।ସମ୍ବଲପୁରରେ ୪୪.୪ ଡିଗ୍ରି, ଭବାନୀପାଟଣା, ନୂଆପଡ଼ା ଓ ହୀରାକୁଦରେ ୪୪ ଡିଗ୍ରି, ବୌଦ୍ଧ ଓ ସୁବର୍ଣ୍ଣପୁରରେ ୪୩.୮ ଡିଗ୍ରି, ଝାରସୁଗୁଡ଼ାରେ ୪୩.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ରାଜ୍ୟର ୨୦ ସହରର ତାପମାତ୍ରା ୪୦ ଡିଗ୍ରି ଅତିକ୍ରମ କରିଛି। ଆସନ୍ତାକାଲି ବୌଦ୍ଧ ଓ ବଲାଙ୍ଗୀରରେ ପ୍ରଚଣ୍ଡ ତାତି ଅନୁଭୂତ ହେବ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ଦୁଇ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହ ଝାରସୁଗୁଡ଼ାରେ ବି ଗ୍ରୀଷ୍ମ ଲହର ପ୍ରବାହିତ ହେବ। ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଧା, ନୟାଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, ବରଗଡ଼ ଜିଲ୍ଲାରେ ବି ଗରମ, ଗୁଳୁଗୁଳି ଜାରି ରହିବ।

More Stories
ଭୁବନ ରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର |
ବିଜୁ ମହିଳା ଜନତା ଦଳର ନାରୀ ଅଧିକାର ଅଭାଯାନ ବିକ୍ଷୋଭ ସମାବେଶ |
ନାବାଳିକାକୁ ଦୁଷ୍କର୍ମ ମାମଲା: ୨ ଗିରଫ