ଭୁବନେଶ୍ୱର : ବ୍ରହ୍ମପୁର ପରେ ରାଜଧାନୀରେ ଆରମ୍ଭ ହେଲା ଏନକାଉଣ୍ଟର। କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଏନକାଉଣ୍ଟର। କୁଖ୍ୟାତ ଡ୍ରଗ୍ସ ମାଫିଆ ପପୁନ ମାଝୀକୁ ଏନକାଉଣ୍ଟର କରିଛି କମିଶନରେଟ୍ ପୁଲିସ। ଗଞ୍ଜାମ ଜଗନ୍ନାଥ ପ୍ରସାଦର ଡ୍ରଗ୍ସ ମାଫିଆ ହେଉଛି ପପୁନ ମାଝୀ। ଇନଫୋଭ୍ୟାଲି ଥାନା ଅଞ୍ଚଳରେ ଡ୍ରଗ୍ସ ଡିଲ୍ ବେଳେ ଏହି ଏନକାଉଣ୍ଟର ହୋଇଛି। ତେବେ ମିଳିଥିବା ସୂଚନା ମୁତାବକ ପ୍ରଥମେ ପୁଲିସ ଉପରକୁ ୧ ରାଉଣ୍ଡ ଗୁଳି ଚଳାଇଥିଲା ପପୁନ୍। କୁଖ୍ୟାତ ପପୁନ ନାଁରେ ୨୦ରୁ ଅଧିକ ମାମଲା ମଧ୍ୟ ରହିଛି। ଏଭଳି କି ଗଞ୍ଜାମରେ ହତ୍ୟା ମାମଲା ରହିଛି ବୋଲି ମଧ୍ୟ ପୁଲିସ କହିଛି। ପୁଲିସ ପାଲଟା ଗୁଳି ଚାଳନାରେ ପପୁନ ଗୁରୁତର ହୋଇଛି। ଲକ୍ଷାଧିକ ଟଙ୍କାର ଡ୍ରଗ୍ସ ସହ ପିସ୍ତଲ ଓ ୫ ରାଉଣ୍ଡ ଗୁଳି ଜବତ ହୋଇଛି। ଆହତ ପପୁନକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

More Stories
ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ |
ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି
ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ