May 28, 2026

Now Odisha

Now Odisha

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡର ସହକାରୀ ଯୋଗାଣ ଅଧିକାରୀ (ACSO) ଧୁମାରାମ ମୁର୍ମୁ।

Spread the love

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡର ସହକାରୀ ଯୋଗାଣ ଅଧିକାରୀ (ACSO) ଧୁମାରାମ ମୁର୍ମୁ। ସେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ।
ସ୍ଥାନୀୟ ଜଣେ ଲ୍ୟାମ୍ପସ (ବୃହତ୍ ଅଞ୍ଚଳ ବହୁମୁଖୀ ସମବାୟ ସମିତି) ଇନଚାର୍ଜଙ୍କଠାରୁ ଶ୍ରୀ ମୁର୍ମୁ ଏହି ଟଙ୍କା ଗ୍ରହଣ କରିଥିଲେ। ଧାନ କିଣାକୁ ନେଇ ସେ ଏହି ଲାଞ୍ଚ ଅର୍ଥ ଗ୍ରହଣ କରିଥିଲେ। ସେ ଅନ୍ୟ ଧାନ ସଂଗ୍ରହ କେନ୍ଦ୍ରଗୁଡ଼ିକୁ ମଧ୍ୟ ଲାଞ୍ଚ ମାଗୁଥିବା ଅଭିଯୋଗ ହୋଇଥିଲା।
ଯୋଜନା ପ୍ରକାରେ ସଂପୃକ୍ତ ଲ୍ୟାମ୍ପସ ଇନଚାର୍ଜ ଆଜି ସହକାରୀ ଯୋଗାଣ ଅଧିକାରୀ ଧୁମରାମ ମୁର୍ମୁଙ୍କୁ ଭେଟି ସେ ଦାବି କରିଥିବା ଲାଞ୍ଚ ଅର୍ଥ ଦେଇଥିଲେ। ଶ୍ରୀ ମୁର୍ମୁ ଲାଞ୍ଚ ଅର୍ଥ ଗ୍ରହଣ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଲାଞ୍ଚ ନେଇ ଧରାପଡ଼ିବା ପରେ ଶ୍ରୀ ମୁର୍ମୁଙ୍କ ଏକାଧିକ ଠିକଣାରେ ଚଢ଼ାଉ କରିଛି ଭିଜିଲାନ୍ସ। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ।

error: Content is protected !!