ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତା କୁ ନେଇ ଚାଷୀଙ୍କ ରାସ୍ତା ଅବରୋଧ l ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ରାସ୍ତା ଅବରୋଧ l କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅନ୍ତର୍ଗତ ବଡ଼କୂଟରୁ ସମବାୟ ସମିତିର ଚାଷୀମାନଙ୍କ ଧାନ ବିକ୍ରି ପ୍ରକ୍ରିୟାରେ ହେଉଥିବା ବ୍ୟାପକ ଅନିୟମିତତା ଏବଂ ମିଲର ଓ ସମିତି ସମ୍ପାଦକଙ୍କ ମଧୁଚନ୍ଦ୍ରିକା କରି ଧାନ ଉଠାଉ ନ ଥିବା ଅଭିଯୋଗ l
ଚାଷୀମାନଙ୍କ ଅଭିଯୋଗ ଗତ ମେ ମାସ ୨୦ ତାରିଖରୁ ସେମାନେ ନିଜର କଷ୍ଟଅର୍ଜିତ ଧାନ ସମବାୟ ସମିତିକୁ ଆଣିଥିଲେ ଏବଂ ଟୋକନ୍ ମଧ୍ୟ ପ୍ରାପ୍ତ କରିଥିଲେ ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ଧାନ କିଣାଯାଇନାହିଁ l ସମିତିରେ ଉପସ୍ଥିତ ଥିବା ମିଲର କିମ୍ବା ମିଲର ପ୍ରତିନିଧି ଏବଂ ସମବାୟ ସମିତିର ସମ୍ପାଦକ ଚାଷୀମାନଙ୍କ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି । ଏନେଇ ଚାଷୀ ଆଜି ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି।
ବାଇଟ ଯାଇଛି
More Stories
ହାତୀ କରିଡରରେ ଓହଳିଛି ବିଦ୍ୟୁତ ତାର: ଟାଟା ପାୱାର ଓ ବନ ବିଭାଗ ମଧ୍ୟରେ ସମନ୍ବୟ ଅଭାବ, ବଢୁଛି ଚିନ୍ତା ।
ସରକାରଙ୍କ ବଡ଼ ଘୋଷଣା! ଦୀପାବଳିରେ ମହିଳାଙ୍କୁ ମିଳିବ ମାଗଣା ଗ୍ୟାସ ସିଲିଣ୍ଡର, ଜାଣନ୍ତୁ କେମିତି ଉଠାଇବେ ଲାଭ ।
ଟାଇଗର ଶ୍ରଫ ନୁହେଁ ଏହି ସେଲିବ୍ରିଟି ଥିଲେ ଟାର୍ଗେଟରେ…ଗୁଳିମାଡ଼ ମାମଲାରେ ଚାଞ୍ଚଲ୍ୟକର ଖୁଲାସା