ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତା କୁ ନେଇ ଚାଷୀଙ୍କ ରାସ୍ତା ଅବରୋଧ l ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ରାସ୍ତା ଅବରୋଧ l କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅନ୍ତର୍ଗତ ବଡ଼କୂଟରୁ ସମବାୟ ସମିତିର ଚାଷୀମାନଙ୍କ ଧାନ ବିକ୍ରି ପ୍ରକ୍ରିୟାରେ ହେଉଥିବା ବ୍ୟାପକ ଅନିୟମିତତା ଏବଂ ମିଲର ଓ ସମିତି ସମ୍ପାଦକଙ୍କ ମଧୁଚନ୍ଦ୍ରିକା କରି ଧାନ ଉଠାଉ ନ ଥିବା ଅଭିଯୋଗ l
ଚାଷୀମାନଙ୍କ ଅଭିଯୋଗ ଗତ ମେ ମାସ ୨୦ ତାରିଖରୁ ସେମାନେ ନିଜର କଷ୍ଟଅର୍ଜିତ ଧାନ ସମବାୟ ସମିତିକୁ ଆଣିଥିଲେ ଏବଂ ଟୋକନ୍ ମଧ୍ୟ ପ୍ରାପ୍ତ କରିଥିଲେ ହେଲେ ଏପର୍ଯ୍ୟନ୍ତ ସେମାନଙ୍କ ଧାନ କିଣାଯାଇନାହିଁ l ସମିତିରେ ଉପସ୍ଥିତ ଥିବା ମିଲର କିମ୍ବା ମିଲର ପ୍ରତିନିଧି ଏବଂ ସମବାୟ ସମିତିର ସମ୍ପାଦକ ଚାଷୀମାନଙ୍କ ସମସ୍ୟା ପ୍ରତି ସମ୍ପୂର୍ଣ୍ଣ ଆଖିବୁଜି ଦେଇଛନ୍ତି । ଏନେଇ ଚାଷୀ ଆଜି ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ରାସ୍ତା ଅବରୋଧ ଆରମ୍ଭ କରିଥିବା ବେଳେ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଓ ଥାନା ଅଧିକାରୀ ପହଞ୍ଚି ଆଲୋଚନା ଜାରି ରଖିଛନ୍ତି।
ବାଇଟ ଯାଇଛି

More Stories
ଘୋଷଯାତ୍ରାରେ ବିରଳ ଦୃଶ୍ୟ: ସମୁଦ୍ର ପାଣିକୁ ଦୁଇ ଭାଗ କଲେ ଷଣ୍ଢ |
ଗାଁ ଭିତରେ ପଶିଲେ ଭାଲୁ ପଲ, ଲୋକେ ଭୟଭୀତ ହୋଇ…
କେସିଙ୍ଗାର ଜଣଙ୍କ ପରେ ଜଣେ ଝିଅ ଆଣୁଛନ୍ତି ସୁନାମ, ଏବେ ଅଞ୍ଚଳ ପାଇଁ ଗୌରବ ଆଣିଲେ ଅନିନ୍ଦିତା